
ବିଧାନସଭାରେ ଆରମ୍ଭ ହୋଇଛି ମୌସୁମୀ ଅଧିବେଶନ । ଏହି ଅଧିବେଶନ ଅକ୍ଟୋବର ୪ତାରିଖ ଯାଏ ହେବ । ଯେଉଁଥିରେ ମୋଟ ୮ଟି କାର୍ଯ୍ୟଦିବସହେବ ବୋଲି ପ୍ଲାନିଂ କରାଯାଇଛି । ଆଜି ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ଆସନ୍ତା ୩ତାରିଖରେ ବ୍ୟୟମଂଜୁରୀ ବିଲ ପାରିତ ହେବ । ଆଗକୁ ନିର୍ବାଚନ ଥିବାରୁ ଏହି ବଜେଟର ନିଷ୍ପତ୍ତି ନିଆଯିବ । ବିଧାନସଭାର ନୂଆ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଦାୟିତ୍ୱରେ ଏହି ଅଧିବେଶନ ହେବ । ପ୍ରମିଳା ମଲ୍ଲିକ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି । ଚଳିତ ବିଧାନସଭାରେ ତୃତୀୟ ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ଦାୟିତ୍ୱ ଗ୍ରହଣ କରିବେ ।