ଆଜିର ରାଶିଫଳ, ଏହି ଚାରୋଟି ରାଶି ପାଇଁ ଶୁଭଫଳ

ଆଜିର ରାଶିଫଳ, ଏହି ଚାରୋଟି ରାଶି ପାଇଁ ଶୁଭଫଳ

ମେଷ- ସବୁ କାମରେ ସଫଳ ହେବ । ବିଦ୍ୟାର୍ଥୀମାନେ ମନୋରଞ୍ଜନ କରି ସମୟ ଅତିବାହିତ କରିବେ। ବ୍ୟବସାୟୀମାନେ କାମ କରିବାକୁ ନୂତନ ସୁଯୋଗ ପାଇବେ କିନ୍ତୁ ଲାଭବାନ ହୋଇନପାରନ୍ତି।

ବୃଷ- ପରିଶ୍ରମ ସାମାନ୍ୟ ଅଧିକ ରହିବ । ଭ୍ରମଣ ଯୋଗୁଁ ଆଳସ୍ୟ ଅନୁଭବ କରିବେ । କିଛି ଭୁଲ ନିଷ୍ପତ୍ତି ମଧ୍ୟ ନେଇପାରନ୍ତି । ଅନ୍ୟ ଲୋକଙ୍କ କଥାକୁ ଅଧିକ ଗୁରୁତ୍ଵ ଦେବ ।

ଏକା ସହ ଏକାଧିକ କାର୍ଯ୍ୟରେ ଯୋଗଦାନ କରିବେ।

ମିଥୁନ – ଭଗବତ ସେବାରେ ମନୋନିବେଶ କରିବେ । ମନରେ ବିଶାଦ ସୃଷ୍ଟି ହୋଇପାରେ । ଚିନ୍ତାକୁ ଦୂରୀଭୂତ କରନ୍ତୁ । ଧନ ଲାଭର ସଂଯୋଗ ରହିଛି । ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ । ଛାତ୍ର ଛାତ୍ରୀମାନେ ଭବିଷ୍ୟତ ଚିନ୍ତାରେ ରହିବେ ।

କର୍କଟ – ସୁଖ ହାନି ଘଟିବ । ଅଙ୍ଗରେ ସମସ୍ୟା ଦେଖା ଦେବ । ଆବଶ୍ୟକତା ଠାରୁ ବ୍ୟୟ ଅଧିକ ହେବ । ବ୍ୟବସାୟ ମଧ୍ୟମ ଗତିରେ ଚାଲିବ। ଘରୋଇ ବିବାଦରୁ ଦୂରେଇ ରୁହନ୍ତୁ । ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ । ଚାକିରି କ୍ଷେତ୍ରରେ ମତାନ୍ତର ହୋଇପାରେ ।

ସିଂହ – ଅଧିକ ଆୟର ଯୋଗ ରହିଛି ଯାହା ଫଳରେ ମାନସିକ ଓ ଶାରୀରିକ ସ୍ତରରେ ଆପଣ ମଜବୁତ ରହିବେ । ଘରକୁ ନୂତନ ବନ୍ଧୁଙ୍କ ଆଗମନ ହୋଇପାରେ । ଧନ ସଞ୍ଚୟ କରିବା ପାଇଁ ଦିନଟି ଉତ୍ତମ ରହିଛି । ଛାତ୍ର ଛାତ୍ରୀଙ୍କ ପାଇଁ ଦିନଟି ଉତ୍ତମ ରହିଛି ।

କନ୍ୟା – ମନରେ ଆତ୍ମ ଗର୍ବ ଭରି ରହିବ । ଦିନଟିରେ ଉତ୍ତମ ଧନ ପ୍ରାପ୍ତି ଯୋଗ ରହିଛି । ବଡ଼ ସଫଳତା ମିଳିପାରେ । ସ୍ବାସ୍ଥ୍ୟବସ୍ଥା ମଧ୍ୟମ ରହିବ । ଶତ୍ରୁଙ୍କୁ ଭୟ କରିବେ । ଅଧିକ ପରିଶ୍ରମରେ ଦିନଟି କଟିବ ।

ତୁଳା – ମାନସିକ ଅଶାନ୍ତି ଲାଗି ରହିବ । ଆର୍ଥିକ ସମସ୍ୟା ଲାଗି ରହିବ । କିଛି ନୂତନ ପାରିବାରିକ ତିକ୍ତତା ହେତୁ ମନ ଅଶାନ୍ତ ରହିବ, କିଛି ଚିନ୍ତା ମନକୁ ପ୍ରଭାବିତ କରିବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅଳସୁଆ ହୁଅନ୍ତୁ ନାହିଁ ।

ବିଛା – ଅନ୍ୟ ଉପରେ ଅଭିମାନ କରି ନିଜ ସମୟ ନଷ୍ଟ କରିବେ । ମନ ହାନି ହେବାର ସମ୍ଭାବନା ରହିଛି । କର୍ମ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରନ୍ତୁ । ଆର୍ଥିକ ଅନଟନ ଦେଖା ଦେଇପାରେ । ବିଦ୍ୟାର୍ଥୀମାନେ ଅବହେଳିତ ହେବେ ।

ଧନୁ – ଉଚ୍ଚ ସମ୍ମାନର ଅଧିକାରୀ ହେବେ । ଭ୍ରମଣର ଯୋଗ ରହିବ । ମନ ପ୍ରଫୁଲ୍ଲ ଓ ଉତ୍ସାହିତ ରହିବ । କର୍ମ କ୍ଷେତ୍ରରେ ସର୍ବଜନ ପ୍ରିୟ ହେବେ । ବ୍ୟବସାୟ ସମ୍ବନ୍ଧୀୟ ବିଷୟ ପ୍ରତି ସାବଧାନ ରୁହନ୍ତୁ । ବିଦ୍ୟାର୍ଥୀମାନଙ୍କ ଦ୍ଵାରା କିଛି ନୂତନ କାର୍ଯ୍ୟ ସମ୍ପନ୍ନ ହେବ ।

ମକର – କାର୍ଯ୍ୟରେ ହାନି ଘଟିବ । ଆର୍ଥିକ ଅନାଟନ ଦେଖା ଦେବ ଆତ୍ମ ନିୟନ୍ତ୍ରଣରେ ରୁହନ୍ତୁ । ପାରିବାରିକ ଜୀବନ ମଧ୍ୟମ ରହିବ। ଚାକିରିରେ କୌଣସି ଅତିରିକ୍ତ ଦାୟିତ୍ୱ ମିଳିପାରେ । ପରିଶ୍ରମ ଅଧିକ ହେବ । ଶିକ୍ଷାଗତ କାର୍ଯ୍ୟରେ ସଫଳତା ମିଳିବ ।

କୁମ୍ଭ – କୁମ୍ଭ ରାଶିକୁ ଆଜି ଶ୍ରୀ ଚନ୍ଦ୍ର । ପରିଶ୍ରମର ଫଳ ପ୍ରାପ୍ତି ହେବ । ଉଚ୍ଚ ସମ୍ମାନ ଲାଭ କରିବେ ଚାକିରିରେ ପଦୋନ୍ନତି ଘଟିବ ।ବ୍ୟବସାୟରେ ଅଧିକ ଅର୍ଥ ଲାଭର ଯୋଗର ହିଛି । ଭାବିଚିନ୍ତି କାର୍ଯ୍ୟ ନିଷ୍ପତି ନିଅନ୍ତୁ ।

ମୀନ – ମୀନ ରାଶିକୁ ଘାତ ଚନ୍ଦ୍ର ଯାହା ଫଳରେ ଆୟ ଠାରୁ ବ୍ୟୟ ଅଧିକ ରହିବ । ମନ ଦୁର୍ବଳ ହେବ । ଅଙ୍ଗରେ ଆଘା ଲାଗିପାରେ ଚାକିରିରେ ପରିବର୍ତ୍ତନ ହୋଇପାରେ । ପରିବାରଠାରୁ ଦୂରରେ ରହିବାକୁ ପଡିପାରେ।

author

Related Articles

Leave a Reply

Your email address will not be published. Required fields are marked *