
ସାରା ଦେଶ ପାଳୁଛି ଶିଶୁଦିବସ । ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜନାହରଲାଲ ନେହେରୁଙ୍କ ଜନ୍ମଦିନ । ଶିଶୁ ମାନେ ତାଙ୍କୁ ପ୍ରିୟରେ ଚାଚା ନେହେରୁ ବୋଲି ସମ୍ବୋଧନ କରୁଥିଲେ । ଶିଶୁ ମାନେ ଦେଶର ଭବିଷ୍ୟତ ଓ ସମ୍ପତ୍ତି ବୋଲିି ନେହେରୁଙ୍କର ବିଶ୍ୱାସ ରହିଥିଲା । ଆଜିର ଦିନକୁ ଗୋଲାପ ଦିବସ ରୂପେ ମଧ୍ୟ ପାଳନ କରାଯାଏ । ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ଜନ୍ମଗହଣ କରିଥିଲେ ଜବହରଲାଲ ନେହେରୁ । ଶିଶୁ ମାନଙ୍କୁ ଶ୍ରଦ୍ଧାକୁ ସ୍ମରଣ ରଖିବା ପାଇଁ ଆଜିର ଦିନକୁ ଶିଶୁଦିବସ ରୂପେ ପାଳନ କରାଯାଏ । ଜାତି, ଧର୍ମ , ବର୍ଣ୍ଣ, ଆର୍ଥିକ କିମ୍ବା ରାଜନୈତିକ ସ୍ଥିତିରୁ ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷା , ପୋଷଣ, ସ୍ୱାସ୍ଥ୍େୟସବା ଓ ପରିମଳ ଭଳି ମୌଳିକ ସୁବିଧା ପାଇବା ଆବଶ୍ୟକ । ଏହାକୁ ପରିଚାଳନା କରିବାର ଦ୍ୱାୟିତ୍ୱ ହେଉଛି ରାଷ୍ଟ୍ରର । ପିଲାଙ୍କୁ ମୌଳିକ ଅଧିକାର ପ୍ରଦାନ କରିବା ସହିତ ସେମାନଙ୍କୁ କୁପ୍ରଥାରୁ ରକ୍ଷା କରିବା ମଧ୍ତ ରାଷ୍ଟ୍ରର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ତେବେ ଆଜିର ଜବହରଲାଲାଙ୍କ ଜନ୍ମଦିନକୁ ମନେ ରଖିବା ପାଇଁ ଶିଶୁ ଦିବସକୁ ପାଳନ କରାଯାଏ ।