ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ‘ପଞ୍ଜାବ କେସରୀ’ ଲାଲା ଲାଜପତ ରାୟଙ୍କ ଆଜି ଜନ୍ମ ଜୟନ୍ତୀ। ୧୮୬୫ ଆଜିର ଦିନରେ ପଞ୍ଜାବର ମୋଗା ଜିଲ୍ଲାରେ ଜନ୍ମ ନେଇଥିଲେ ଏହି ଜନନାୟକ। ବ୍ରିଟିଶରଙ୍କ ଦାସତ୍ୱରୁ ଦେଶକୁ ମୁକ୍ତ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ସ୍ୱାଧୀନତା ସଂଗ୍ରାମୀ ବ୍ୟତୀତ ସେ ଜଣେ ଦକ୍ଷ ରାଜନେତା, ଐତିହାସିକ, ଓକିଲ ତଥା ଲେଖକ ମଧ୍ୟ ଥିଲେ। ସ୍ୱାଧୀନତା ପୂର୍ବରୁ ଇଂରେଜଙ୍କ ଲାଠି ପ୍ରହାରରେ ଚାଲି ଯାଇଥିଲା ଲାଲାଙ୍କ ଜୀବନ।
୩୦ ଅକ୍ଟୋବର ୧୯୨୮ ରେ, ଲାହୋରରେ ସାଇମନ୍ କମିଶନଙ୍କ ବିରୋଧରେ ଏକ ବିଶାଳ ପ୍ରଦର୍ଶନ ଚାଲିଥିଲା। ଏଥିରେ ଲାଲା ଲାଜପତ ରାୟ ମଧ୍ୟ ଭାଗ ନେଇଥିଲେ। ଏହି ସମୟରେ ବ୍ରିଟିଶ ସୈନ୍ୟମାନେ ଲାଲାଙ୍କ ଉପରକୁ ଲାଠିଚାର୍ଜ କରିଥିଲେ, ଏଥିରେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଲାଲା ଲାଜପତ।ଗୁରୁତର ଅବସ୍ଥାରେ ୧୮ ଦିନ କାଳ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ୧୭ ନଭେମ୍ବର ୧୯୨୮ରେ ପ୍ରାଣ ହରାଇଥିଲେ।