ଆଜି ପବିତ୍ର ଖ୍ରୀଷ୍ଟମାସ ବା ବଡ଼ଦିନ । ସାରା ବିଶ୍ୱରେ ଏହାକୁ ବଡ ଧୂମଧାମରେ ପାଳନ କରାଯାଉଛି। ଶାନ୍ତି ଓ ପ୍ରେମର ବାର୍ତ୍ତା ନେଇ ଧରାପୃଷ୍ଠରେ ଅବତରଣ କରିଥିବା ପ୍ରଭୁ ଯୀଶୁଙ୍କ ପାଇଁ ବିଭିନ୍ନ ଚର୍ଚ୍ଚରେ ସମୂହ ପ୍ରାର୍ଥନା କରାଯାଉଛି। ଚର୍ଚ୍ଚ ପରିସରକୁ ଆକର୍ଷଣୀୟ ଆଲୋକମାଳାରେ ସଜାଯାଇଛି। ରଙ୍ଗ ବେରଙ୍ଗର ରଙ୍ଗୀନ ଲାଇଟ୍ ସହ ଖ୍ରୀଷ୍ଟମାସ-ଟ୍ରିକୁ ସୁନ୍ଦର ଭାବେ ସଜାଯାଇଛି। ଗତକାଲି ମଧ୍ୟରାତ୍ରରେ ପ୍ରଭୁ ଯୀଶୁ ଧରାବତରଣ କରିଥିଲେ। ସବୁ ଚର୍ଚ୍ଚରେ ସମବେତ ପ୍ରାର୍ଥନା ସହ କ୍ୟାରୋଲର ଆୟୋଜନ ହୋଇଥିଲା।
ଦେଶର ବିଭିନ୍ନ ସହରରେ ବି ବଡ଼ ଦିନ ପାଳନ ହୋଇଛି। ଗତକାଲି ରାତି ସାରା ଚର୍ଚ୍ଚରେ କ୍ୟାରୋଲ୍ ଗାଇବା ସହ ସ୍ୱତନ୍ତ୍ର ପ୍ରାର୍ଥନା କରାଯାଇଥିଲା। ବେଙ୍ଗାଲୁରୁ, କୋଲକାତା, ଚେନ୍ନାଇ ସମେତ ଭୁବନେଶ୍ୱର, କଟକର ଚର୍ଚ୍ଚରେ ଆଜି ସ୍ୱତନ୍ତ୍ର ପ୍ରାର୍ଥନା ସହ ସେଲିବ୍ରେସନ୍ ହେବ।