ଆଜି ପୁଣି କେନ୍ଦ୍ରାପଡା ଓ ବାରିପଦାରେ ରଥ ଟଣାଯିବ । ଗତକାଲି ଅଧବାଟରେ କେନ୍ଦ୍ରାପଡାର ଆରାଧ୍ୟ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ଅଧାରେ ଅଟକି ରହିଥିଲା । ତେଣୁ ଆଜି ପୁଣି ଶ୍ରଦ୍ଧାଳୁ ରଥା ଟାଣିବେ ବୋଲି ସୂଚନା ରହିଛି । ଗତକାଲି ଦେବୋତ୍ତର କାର୍ୟ୍ୟାଳୟ ପାଖରେ ବାମ ମୋଡ଼ ନେଇ ଅଧାରେ ଅଟକିଥିଲା ରଥ। ଏହାପରେ ହାଇଡ୍ରୋଲିକ୍ ଜ୍ୟାକ୍ ସାହାଯ୍ୟରେ ରଥକୁ ଟ୍ରାକକୁ ଆଣିବାକୁ ଉଦ୍ୟମ କରାଯାଇଥିଲା । ଆଜି ପୁଣି ରଥକୁ ଟାଣି ମାଉସୀ ମାଆ ମନ୍ଦିରକୁ ନେବେ ଶ୍ରଦ୍ଧାଳୁ। ଅନ୍ୟପକ୍ଷରେ ଭିଡ଼କୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିପରି ବାରିପଦାରେ ବି ଗତକାଲି ଅଧାରେ ଅଟକିଥିଲା ରଥ। ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଟଣାହୋଇଥିଲା। ପରେ ଦେବୀ ସୁଭଦ୍ରାଙ୍କ ରଥକୁ ଟଣାଯାଇଥିଲା। ମହିଳାମାନେ ଦେବୀ ସୁଭଦ୍ରାଙ୍କ ରଥକୁ ଟାଣି ନେଇଥିଲେ। ଏଥିରେ ସାମିଲ ହୋଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ତେବେ ସଂଧ୍ୟା ହୋଇଯିବାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଟଣା ବନ୍ଦ ରହିଛି। ଆଜି ପୁଣିଥରେ ରଥଟଣା ହେବ।

You can share this post!
author