ଆଜି ବର୍ଷର ଶେଷ ଅଭିଯୋଗ ଶୁଣାଣି

ଆଜି ବର୍ଷର ଶେଷ ଅଭିଯୋଗ ଶୁଣାଣି

ଆଜି ବର୍ଷର ଶେଷ ଅଭିଯୋଗ ଶୁଣାଣି । ୨୦୨୪ ବର୍ଷର ଶେଷ ଅଭିଯୋଗ ଶୁଣାଣିରେ ସାମିଲ ହୋଇ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଭିନ୍ନ ସମୟରେ ଅଭିଯୋଗ ଶୁଣାଣି ବନ୍ଦ ରହୁଥିବା ବେଳେ ବର୍ଷର ଶେଷ ଅଭିଯୋଗ ଶୁଣାଣି କିନ୍ତୁ ଅନୁଷ୍ଠିତ ହୋଇଛି । ବିଭିନ୍ନ ଜିଲ୍ଲାରୁ ନିଜ ନିଜ ଅଭିଯୋଗ ଆଣି ଭୁବନେଶ୍ୱରସ୍ଥିତ ଅଭିଯୋଗ ପ୍ରକୋଷ୍ଠକୁ ଆସିଛନ୍ତି ଅଭିଯୋଗ କାରୀ । ଏବଂ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହି ସେମାନଙ୍କ ଅଭିଯୋଗ ଶୁଣିବା ସହ ସମାଧାନର ପ୍ରତିଶୃତି ଦେଇଛନ୍ତି ।

ତେବେ ସରକାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଭିଯୋଗ ଶୁଣାଣି ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରଥମେ ପ୍ରଥମେ ସବୁ ସପ୍ତାହରେ ଏହି ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଉଥିଲା । ଏବଂ ସାଧାରଣ ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଜାଣିପାରୁଥିଲେ ମୋହନ ମାଝୀ । କିନ୍ତୁ ପରବର୍ତୀ ସମୟରେ ବିଭିନ୍ନ କାରଣ ଦର୍ଶାଇ ଏହାକୁ ବନ୍ଦ ରଖାଯାଉଛି । ଯାହାକୁ ନେଇ ସାଧାରଣ ଲୋକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି ।

author

Related Articles

Leave a Reply

Your email address will not be published. Required fields are marked *