
ବିଜୟା ଦଶମୀରେ ଉତ୍ସବ ମୁଖର ସାରା ଓଡିଶା । ମହିଷାସୁରର ଅନ୍ତ ଘଟିଲା । ଦେବୀପୀଠ ମାନଙ୍କରେ ଚାଲିଛି ଦଶମୀର ପୂଜାର୍ଚ୍ଚନା । ୧୬ ଦିନ ଧରି ଚଲିଥିବା ପୂଜାବିଧ୍ୟର ଆଜି ଶେଷଦିନ । ଆଜିର ଦିନରେ ମା ଦୁର୍ଗା ମହିଷାସୁରକୁ ବଦ୍ଧ କରି ମା ମହିଷାମର୍ଦ୍ଦିନୀ ରୂପ ଧାରଣ କରିଥିଲେ । ମାଙ୍କର ସେହି ଅପରୂପ ଦେଖି ମହିଷାସୁରର ଅନ୍ତ ଘଟିଥିଲା । ଦଶମଦିନରେ ବିଜୟ ଲାଭ କରିଥିବାରୁ ଆଜିର ଦିନକୁ ବିଜୟା ଦଶମୀ କହନ୍ତି ।