ମନେରହିବେ ସଂସ୍କାର ସୂତ୍ରଧର । ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ଆବର୍ତ୍ତମାନରେ ସାରା ଦେଶରେ ଖେଳିଯାଇଛି ଶୋକର ଛାୟା । ଦେଶ ପାଇଁ ତାଙ୍କର ଅବାଦନକୁ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଅଗଣିତ ଦେଶବାସୀ । ପ୍ରଧାନମନ୍ତ୍ରୀଙ୍କ ଠାରୁ ନେଇ ରାଷ୍ଟ୍ରପତି ବିରୋଧି ଦଳ ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେପଟେ ଭାରତ ସରକାରଙ୍କ ପକ୍ଷରୁ ସାତଦିନିଆ ରାଷ୍ଟ୍ରୀୟ ଶୋକ ଦିବସ ପାଳନ କରିବା ପାଇଁ ଘୋଷଣା କରାଯାଇଛି । ଆସନ୍ତୁ ଦେଖିବା ଏହି ରିପୋର୍ଟ…..
26 ସେପ୍ଟେମ୍ୱର 1932 ମସିହାରେ ଜନ୍ମ ନିଅନ୍ତି ଡଃ ମନମୋହନ ସିଂ । ଅକ୍ସଫୋର୍ଡ ୟୁନିଭରସିଟିରୁ ଅର୍ଥନୀତିରେ ଡକ୍ଟରେଟ କରିବା ପରେ ଦେଶ ପାଇଁ ସମର୍ପିତ ହୁଅନ୍ତି ମନମୋହନ ସିଂ । ରାଜନୀତିକ ଯାତ୍ରା ଆରମ୍ଭ କରିବା ପରେ ରାଜନୀତିକ ଯାତ୍ରା ସହ ଦେଶର ବଡ ବଡ ସରକାରୀ ପଦବୀରେ ରହିଆସିଥିଲେ ଅର୍ଥନୀତିକ ବିଶାରଦ ମନମୋହନ ସିଂ । ନିଜର ସରଳତା କର୍ମଠ କାର୍ଯ୍ୟ ଓ ଦୂରଦୃଷ୍ଟି ଚିନ୍ତାଧାରା ନେଇ 1991 ମସିହାରେ ରାଜନୀତିରେ ପାଦ ଥାପନ୍ତି । ପରେ ନିଜର ରାଜନୈତିକ ଦକ୍ଷତା ଫଳରେ ଦେଶର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରନ୍ତି । ଦଶବର୍ଷ ଧରି ଦେଶର ପ୍ରଧାନମନ୍ତ୍ରୀ ରହିବା ସମୟରେ, ଦେଶର ଅର୍ଥନୀତି ସହ ଭାରତର ଭବିଷ୍ୟତ ପରିବର୍ତ୍ତନ କରାଇଥିଲେ । କଥା କମ କାମ ବେଶୀରେ ବିଶ୍ୱାସ ରଖୁଥିବା ଜଣେ ଅନନ୍ୟ ବ୍ୟକ୍ତିତ୍ୱ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥନୀତିର ଚାଣକ୍ୟ ଡଃ ମନମୋହନ ସିଂ ।
ଭାରତର ଆର୍ଥିକ ସଂସ୍କାରକର ପ୍ରମୁଖ ବିନ୍ଧାଣୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଗତକାଲି ପରଲୋକ ଘଟିଛି । 92 ବର୍ଷ ବୟସରେ ଇହଲୀଳା ତ୍ୟାଗ କରିଛନ୍ତି । ସ୍ୱାସ୍ଥ୍ୟବସ୍ଥା ବିଗିବାରୁ ତାଙ୍କୁ ଗତକାଲି ରାତ୍ର ସମୟରେ ଦିଲ୍ଲୀ ଏମସର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା । ରାତି ପ୍ରାୟ 10 ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମନମୋହନଙ୍କ ବିୟୋଗରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ,ବିରୋଧି ଦଳ ନେତା ରାହୁଲ ଗାନ୍ଧୀ,ମଲ୍ଲିକାର୍ଜ୍ଜୁନ ଖଡଗେ ଶୋକବ୍ୟକ୍ତ କରିବା ସହ ସମବେଦନା ଜଣାଇଛନ୍ତି । ମନମୋହନଙ୍କ ପତ୍ନୀ ଗୁରୁଶରଣ କୌର ଓ ତିନି ଝିଅ ଉପିନ୍ଦର,ଦାମନ ଓ ଅମ୍ରିତ ଅଛନ୍ତି । ମନମୋହନଙ୍କ ବିୟୋଗରେ କେନ୍ଦ୍ର ସରକାର ସାତ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ।