ଆଜି ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଦିନିିକିଆ ମ୍ୟାଚ । ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବାରୁ ଆଜି ହେବ ଫାଇନାଲ ମ୍ୟାଚ । ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ପରାସ୍ତ କରିଥିଲା । ସେହିଭଳି ଦ୍ୱିତୀୟ ମ୍ୟାଚରେ ସମାନ ୮ ୱିକେଟରେ ଭାରତକୁ ହରାଇ ପ୍ରତିଶୋଧ ନେଇଥିଲା ଦକ୍ଷିଣ ଆଫ୍ରିକା । ତେବେ ଆଜିର ମ୍ୟାଚରେ ଭାରତର ଦୁଇ ଓପନର ଋତୁରାଜ ଗାଇକ୍ୱାଡ ଏବଂ ସାଇ ସଦର୍ଶନଙ୍କ ଠାରୁ ଭଲ ପ୍ରଦର୍ଶନ ଆଶା ରଖାଯାଇଛି । ସେପଟେ ଦକ୍ଷିଣ ଆଫ୍ରିକାର ଦୁଇ ଓପନର ଟୋନି ଡି ଜର୍ଜି ଓ ରିଜା ହେଣ୍ଡ୍ରିକ୍ସ ଦ୍ୱିତୀୟ ମ୍ୟାଚରେ ଫର୍ମକୁ ଫେରିବା ସହିତ ଦଳକୁ ସହଜ ବିଜୟ ଦେଇଥିଲେ । ତେଣୁ ଆଜି ଘରୋଇ ଦଳ ଏମାନଙ୍କଠାରୁ ଭଲ ପ୍ରଦର୍ଶନ ଆଶା ରଖିବ । ଭାରତୀୟ ବୋଲର ପ୍ରଥମ ମ୍ୟାଚର ପ୍ରଦର୍ଶନ ଦୋହରାଇଲେ ଭାରତ ଆଉ ଏକ ସିରିଜ ବିଜୟ ପାଇବା ଆଶା କରାଯାଉଛି ।
You can share this post!
author
Related Articles
ମୁହଁ ଖୋଲିଲେ ରୋହିତ୍
- March 11, 2025
ଭାରତ ପାଇଁ ଆସୁଛି ପରୀକ୍ଷାର ବେଳ !
- March 3, 2025
ଭାରତ-ପାକ୍ ଦମଦାର ଲଢେଇ..ଫ୍ରିରେ ମ୍ୟାଚ୍ ଦେଖାଉଛି ଏହି ଆପ୍…
- February 23, 2025