ଆଜି ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ

ଆଜି ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ

ଆଜି ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ | କାର୍ତିକ ମାସ ଶୁକ୍ଲପକ୍ଷ ତ୍ରୟୋଦଶୀ ତିଥି ଦିନ ଶ୍ରୀମନ୍ଦିରରେ ଠାକୁରଙ୍କର ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ | ଉକ୍ତ ଦିନ ପ୍ରାତଃ ସମୟରେ ଶ୍ରୀଜିଉମାନଙ୍କର ଅବକାଶ ନୀତି ପରେ ଏହି ବେଶ ଆରମ୍ଭ ହୋଇଥାଏ | ପୁଷ୍ପାଳକ ସେବକ ମାନେ ଏହି ବେଶ ସମ୍ପାଦନା କରିଥାନ୍ତି | ଆଡ଼କିଆ ବା ତ୍ରିବିକ୍ରମ ବେଶରେ ଜଗନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ | ଚୂଳ ଦୁଇଟି ସୋଲ ,କନା,ବେତ,ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ | ଏହି ଚୂଳରେ ସ୍ଵର୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ | ସୁଭଦ୍ରା ଓ ଅନ୍ୟ ଦୁଇ ଠାକୁରଙ୍କ ମସ୍ତକରେ ଶୀର୍ଷ ଭାଗରେ ସ୍ଵର୍ଣ ଚନ୍ଦ୍ରିକା ଖଞ୍ଜା ଯାଇଥାଏ | ଏଥି ସହିତ ପୂର୍ବ ଦିନ ପରି ଅନ୍ୟାନ୍ୟ ସ୍ଵର୍ଣ ଅଳଙ୍କାର ଓ ହଳ ,ମୁଷଳ ,ଶଙ୍ଖ ,ଚକ୍ର , ଏବଂ ପାଟବସ୍ତ୍ର ଇତ୍ୟାଦିରେ ଠାକୁରଙ୍କୁ ଆଡ଼କିଆ ବା ତ୍ରିବିକ୍ରମ ବେଶରେ ଭୂଷିତ କରାଯାଇଥାଏ | ଏହି ବେଶକୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ | ଏହି ବେଶ କୁ ଦେଖିବା ପାଇଁ ଆଜି ଶ୍ରୀମନ୍ଦିର ରେ ପ୍ରବଳ ଭିଡ ଲାଗିରହିଛି | ଶ୍ରୀମନ୍ଦିର ଦର୍ଶନନରେ ଆସୁଥିବା ଭକତ ମାନଙ୍କ ଶୃଙ୍ଖଳିତ ଦର୍ଶନ ,ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ଓ ମନ୍ଦିର ପ୍ରଶାସନ ପାଖରୁ ସମସ୍ତ ବ୍ୟବସ୍ଥା କରାଯାଇଛି |

author

Related Articles

Leave a Reply

Your email address will not be published. Required fields are marked *