ଆଜି ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । 20 ଲକ୍ଷରୁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ସୁନ୍ଦରଗଡରେ ବିରାଟ ସଭାର ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ ରହି ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇବେ । ଆବେଦନ କରି ବିଭିନ୍ନ କାରଣରୁ ବାଦ ପଡିଥିବା 2 ଲକ୍ଷ 67 ହଜାର ହିତାଧିକାରୀଙ୍କୁ ଏଥର ସୁଭଦ୍ରା ଟଙ୍କା ମିଳିବ । ବାଦ ପଡିଥିବା ହିତାଧିକାରୀଙ୍କ ତାଲିକା ଆସିବା ପରେ 25 ପ୍ରତିଶତ ସଂଶୋଧନ କରାଯାଇଛି । ଏନେଇ ଗତକାଲି ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

You can share this post!
author