ଆଜି ପଂଚୁକ ଦ୍ୱିତୀୟ ଦିନରେ ଶ୍ରୀଜିଉଙ୍କର ବାଙ୍କଚୂଡ଼ ବେଶ | ବାଙ୍କଚୂଡ଼ ବେଶରେ ଦର୍ଶନ ଦେବେ ଶ୍ରୀଜିଉ | ଗତକାଲି ପଂଚୁକ ପ୍ରଥମ ଦିନରେ ମହାପ୍ରଭୁ ଲଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ | ମହାପ୍ରଭୁଙ୍କ ବେଶ ମଧ୍ୟରେ ବାଙ୍କଚୂଡ଼ା ବେଶ ଅନ୍ୟତମ | କାର୍ତିକ ମାସର ମନଚୁକ ମଧ୍ୟରେ ପଡୁଥିବା ଶୁକ୍ଳ ଦ୍ୱାଦଶୀ ତିଥିରେ ରତ୍ନ ସିଂହାସନ ରେ ଅଧିଷ୍ଠିତ ଠାକୁରଙ୍କ ବାଙ୍କଚୂଡ଼ ବେଶ ଅନୁଷ୍ଠିତ ହୋଇଥାଏ | ଏହି ଦିନ ଅବକାଶ ନୀତି ଶେଷ ହେବ ପରେ ପାଳିଆ ମେକାପ, ଖୁଣ୍ଟିଆ,ଚାଙ୍ଗଡ଼ା ମେକାପ ଏବଂ କେତେଜଣ ପୁଷ୍ପାଳକ ଶ୍ରୀବିଗ୍ରହଙ୍କ ବାଙ୍କଚୂଡ଼ ବେଶରେ ସଜ୍ଜିତ କରିଥାନ୍ତି | ଯେତେବେଳେ ଅକ୍ରୁର ଭଗବାନ ଶ୍ରୀକୃଷ୍ଣଙ୍କୁ ଏବଂ ବଳରାମ କୁ ଆଣିବାକୁ କଂସ ଦ୍ୱାରା ପ୍ରେରିତ ହୋଇ ଯାଇଥିଲେ ଗୋପପୁରକୁ ସେତେବେଳେ ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ବାଙ୍କଚୂଡ଼ ପକାଇ ଭକ୍ତ ଅକ୍ରୁର କୁ ଦର୍ଶନ ଦେଇଥିଲେ | ସେହି ସ୍ମୁତିକୁ ଉଜ୍ଜୀବିତ କରିବା ପାଇଁ ପୁରୀ ଶ୍ରୀମନ୍ଦିରରେ ବହୁ ପୁରାତନ କାଳରୁ ବାଙ୍କଚୂଡ଼ ବେଶ ପାଳିତ ହୋଇ ଆସୁଛି | ବାଙ୍କଚୂଡ଼ ବେଶ ଦେଖିବା ପାଇଁ ଆଜି ଶ୍ରୀମନ୍ଦିରରେ ପ୍ରବଳ ଭିଡ ଲାଗିଛି |
