ଆଜି ପବିତ୍ର ରଥଯାତ୍ରା । ଏହା ସହ ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । କିନ୍ତୁ ଭକ୍ତଙ୍କୁ ମହାପ୍ରଭୁଙ୍କ ଏହି ଦିବ୍ୟରୂପ ଦେଖିବାକୁ ମିଳିବନି । ସୁସ୍ଥ ହେବା ପରେ ଖଡ଼ି ଲାଗି ସହ ଆଜି ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଦୁଇଦିନିଆ ବନକଲାଗି ନୀତି ସଂପନ୍ନ ହୋଇଛି। ବନକଲାଗି ପରେ ମହାପ୍ରଭୁ ନବଯୌବନ ପ୍ରାପ୍ତି ହୋଇଛନ୍ତି। ଏଥିପାଇଁ ୧୩ ଦିନର ଅଣସର ଶେଷ କରି ରବିବାର ଶ୍ରୀଜିଉ ଅଣସର ପିଣ୍ଡିରୁ ନବଯୌବନ ବେଶରେ ଦର୍ଶନ ଦେବେ। ଏହାର କିଛି ଘଣ୍ଟା ପରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପହଣ୍ଡି ଆରମ୍ଭ ହେବ। କିନ୍ତୁ ଭକ୍ତମାନେ ଚଳିତବର୍ଷ ନବଯୌବନ ଦର୍ଶନର ସୌଭାଗ୍ୟରୁ ବଞ୍ଚିତ ରହିବେ। କେବଳ ସେବାୟତ ପରିବାରଙ୍କୁ ଏହି ସୁଯୋଗ ମିଳିବ। ଗୋଟିଏ ଦିନରେ ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ୁଥିବାରୁ ଚଳିତବର୍ଷ ନବଯୌବନ ଦର୍ଶନ ବନ୍ଦ ରଖିଛି ଶ୍ରୀମନ୍ଦିର ପ୍ରଶାସନ।

You can share this post!
author