ଆଜି ଶ୍ରୀମନ୍ଦିରରେ ହେବନି ଶ୍ରୀଜିଉଙ୍କ ରାତ୍ରପହୁଡ

ଆଜି ଶ୍ରୀମନ୍ଦିରରେ ହେବନି ଶ୍ରୀଜିଉଙ୍କ ରାତ୍ରପହୁଡ

ଆସନ୍ତାକାଲି କାର୍ତ୍ତିକ ମାସ ପୂର୍ଣ୍ଣିମା ଥିବା ହେତୁ ମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିଳୁଛିି । ଏହି ଭିଡକୁ ଦେଖି ମନ୍ଦିର ପ୍ରଶାସନ ପକ୍ଷରୁ ଆଜି ମହାପ୍ରଭୁଙ୍କ ରାତ୍ରପହୁଡ ହେବନି ବୋଲି ନିଷ୍ପତ୍ତି ନିଆଯାଇଛି । ସେବାୟତଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ରାଜରାଜେଶ୍ବର ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ। ସେପଟେ ଆଜି ପଞ୍ଚୁକର କାର୍ତ୍ତିକ ଶୁକ୍ଲ ଚତୁର୍ଦ୍ଦଶୀ। ଏହାକୁ ମହାକାର୍ତ୍ତିକ ମାସର ବୈକୁଣ୍ଠ ଚତୁର୍ଦ୍ଦଶା ତିଥି ମଧ୍ୟ କୁହାଯାଏ। ଏହି ଅବସରରେ ଶ୍ରୀବିଗ୍ରହଙ୍କୁ ଲକ୍ଷ୍ମୀନୃସିଂହ ବେଶରେ ସଜ୍ଜିତ କରାଯାଇଛି। ଏହି ବେଶରେ ଶ୍ରୀ ବିଗ୍ରହମାନେ ଶ୍ରୀଭୁଜ, ଶ୍ରୀପୟର ସମେତ ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି। ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କଲେ ଅଶେଷ ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିବାକୁ ପ୍ରବଳ ମାତ୍ରାରେ ଭକ୍ତଙ୍କ ଭିଡ଼ ଜମିଛି ।

author

Related Articles

Leave a Reply

Your email address will not be published. Required fields are marked *