ଏସିଆ କପ୍ ସୁପର 4 ରାଉଣ୍ଡ ରେ ଆଜି ଶ୍ରୀଲଙ୍କା ଆଉ ପାକିସ୍ତାନ ମୁହାଁମୁହିଁ ହେବେ । ବିଜୟୀ ଦଳ ଫାଇନାଲ କୁ ପ୍ରବେଶ କରିବ କିନ୍ତୁ ପୂର୍ବରୁ ଫାଇନାଲ ରେ ସ୍ଥାନ ପକ୍କା କରି ସାରିଛି ଭାରତ । ଗତ ମ୍ୟାଚ ପରି ଏଥର ମଧ୍ୟ ବର୍ଷା ର ସମ୍ଭାବନା ରହିଛି । ଆଜି ଖେଳାଯିବାକୁ ଥିବା ପାକିସ୍ତାନ ଓ ଶ୍ରୀଲଙ୍କା ମ୍ୟାଚ ସେମିଫାଇନାଲ ସଦୃଶ । ଏଥିରେ ଯେଉଁ ଦଳ ଜିତିବ ସେ ସିଧାସଳଖ ଭାରତ ସହ ଫାଇନାଲ ଖେଳିବ । ପାଣିପାଗ ବିଭାଗ ର ସୂଚନା ଅନୁଯାୟୀ ପ୍ରତିଟି ମ୍ୟାଚ୍ ଭଳି ଏହି ମ୍ୟାଚ୍ ଉପରେ ମଧ୍ୟ ବର୍ଷାର ବାଦଲ ଘେରି ରହିପାରେ । ବର୍ଷା ଯଦି ଏହି ମ୍ୟାଚ୍ରୁ ଫଳାଫଳ ବାହାର କରିବାରେ ପ୍ରତିବନ୍ଧକ ହେବ ତେବେ ଘରୋଇ ଶ୍ରୀଲଙ୍କା ଉନ୍ନତ ରନ୍ ହାର ଭିତ୍ତିରେ ଫାଇନାଲ୍ ପହଞ୍ଚିଯିବ । ଭାରତ ୨ ମ୍ୟାଚ୍ରୁ ୨ ବିଜୟ ଓ ୪ ପଏଣ୍ଟ ସହ ଫାଇନାଲ୍ ପ୍ରବେଶକୁ ନିଶ୍ଚିତ କରିଛି । ଆଜି ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଅଧିକ ଚାପ ଓ ଚିନ୍ତାରେ ରହିଛି । କାରଣ ଦଳର ନେଟ୍ ରନ୍ ରେଟ୍ -୦.୮୯୨ ବହୁ ତଳେ ଥିବାବେଳେ ଶ୍ରୀଲଙ୍କା -୦.୨୦୦ ସାମାନ୍ୟ ଆଗରେ ଅଛି । ସେହି ଦୃଷ୍ଟିରୁ ଫାଇନାଲ ପ୍ରବେଶ ଆଶାରେ ଥିବା ପାକିସ୍ତାନ ଏକ ପୂର୍ଣ୍ଣ ମ୍ୟାଚ୍ ସହ ବିଜୟ ଆବଶ୍ୟକ କରିବ। ଭାରତ ନିକଟରୁ ୨୨୮ ରନ୍ରେ ହାରିବା ପାକିସ୍ତାନକୁ ଅଡୁଆରେ ପକାଇଛି । ୭୩ ପ୍ରତିଶତ ବର୍ଷା ଆଶଙ୍କା ଥିବାରୁ ଭାରତ-ପାକିସ୍ତାନ ଫାଇନାଲ୍ ଆଶାରେ ଥିବା ପ୍ରଶଂସକମାନେ ଦ୍ୱନ୍ଦରେ ଅଛନ୍ତି ।

You can share this post!
author
Related Articles
ମୁହଁ ଖୋଲିଲେ ରୋହିତ୍
- March 11, 2025
ଭାରତ ପାଇଁ ଆସୁଛି ପରୀକ୍ଷାର ବେଳ !
- March 3, 2025
ଭାରତ-ପାକ୍ ଦମଦାର ଲଢେଇ..ଫ୍ରିରେ ମ୍ୟାଚ୍ ଦେଖାଉଛି ଏହି ଆପ୍…
- February 23, 2025