ଆଜି ହଟିବ ସସପେନ୍ସ; ବାଜିବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚେହେରା ଉପରେ ମୋହର

ଆଜି ହଟିବ ସସପେନ୍ସ; ବାଜିବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚେହେରା ଉପରେ ମୋହର

ଆଜି ବାଜିବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଚେହେରା ଉପରେ ମୋହର । କିଏ ଦିଲ୍ଲୀ ସିଂହାସନରେ ବସିବ ତାର ଚିତ୍ର ସନ୍ଧ୍ୟା ୭ ଟା ସୁଦ୍ଧା ସ୍ପଷ୍ଟ ହେବା ନେଇ ଚର୍ଚ୍ଚା ଚାଲିଛି । ତେବେ ଦୀର୍ଘ ବର୍ଷର ବନବାସ ପରେ ଦିଲ୍ଲୀରେ ବିଜେପି ସରକାର ଗଢିବାରେ ସଫଳ ହୋଇଛି । କ୍ଷମତାକୁ ଫେରିବାର ଏଗାର ଦିନ ପରେ ବିଜେପି ବୁଧବାର ଦିନ ଦଳର ଦିଲ୍ଲୀ ୟୁନିଟ୍ କାର୍ଯ୍ୟାଳୟରେ ନୂତନ ମୁଖ୍ୟମନ୍ତ୍ରୀ ନିର୍ଣ୍ଣୟ କରିବା ପାଇଁ ବିଧାୟକ ଦଳ ବୈଠକ କରିବ ବୋଲି ସୂଚନା ରହିଛି। ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଗୁରୁବାର ଦିନ ୧୨ ଟାରେ ରାମଲୀଳା ମଇଦାନରେ ଶପଥ ଗ୍ରହଣ କରିବେ।


ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବର ସମୟ ପରିବର୍ତ୍ତନ କରାଯାଇଛି। ଫେବ୍ରୁଆରି ୨୦ ତାରିଖ ପୂର୍ବାହ୍ନ ୧୧ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଏହି ସୂଚନା ମିଳିଛି। ପୂର୍ବରୁ ଅପରାହ୍ନ ସାଢ଼େ ୪ଟାରେ ଶପଥ ଗ୍ରହଣ ହେବାର ଥିଲା। ଫେବ୍ରୁଆରି ୮ ତାରିଖରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବାର ଇତିମଧ୍ୟରେ ୧୧ ଦିନ ବିତିଯିବା ପରେ ମଧ୍ୟ ଦଳ ମୁଖ୍ୟମନ୍ତ୍ରୀ ଘୋଷଣା କରିନାହିଁ ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଚେହେରା ସ୍ପଷ୍ଟ ହୋଇନଥିବା ବେଳେ ଶପଥ ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁ ଞ୍ଚିଛି । ଏବଂ କେବଳ ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରୁ ପରଦା ହଟିବା ବାକି ଅଛି । ଯାହା ଆଜି ସନ୍ଧ୍ୟାରେ ଜଣାପଡିବ ବୋଲି ଆଲୋଚନା ଚାଲିଛି ।

author

Related Articles

Leave a Reply

Your email address will not be published. Required fields are marked *