ପ୍ରତିବର୍ଷ ମେ 1 ତାରିଖରେ ପାଳିତ ହେଉଛି ବିଶ୍ୱ ଶ୍ରମିକ ଦିବସ । ଆଜି ହେଉଛି ବିଶ୍ୱ ଶ୍ରମିକ ଦିବସ । ପ୍ରତି ଶ୍ରମିକମାନଙ୍କୁ ସମ୍ମାନିତ କରିବା ପାଇଁ ଆଜିର ଦିନଟି । ପୁଞ୍ଜିବାଦୀ ବ୍ୟବସ୍ଥା ବିରୋଧରେ ବିଶ୍ୱ ଶ୍ରମଜୀବୀ ସମୁଦାୟର ଏହା ଥିଲା ପ୍ରଥମ ରାଜନୈତିକ ସଂଗ୍ରାମ । ୧୮୮୪ ମସିହାଠାରୁ ଏହି ଦାବୀ ନେଇ ଧାରାବାହିକ ଆନ୍ଦୋଳନ ଆମେରିକାରେ ଚାଲିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଆନ୍ଦୋଳନର ସୂତ୍ରପାତ ହୋଇଥଲେ ହେଁ ବିଶ୍ୱର ସମସ୍ତ ସ୍ୱାଧୀନ ଓ ପରାଧୀନ ଦେଶର ଶ୍ରମଜୀବୀମାନଙ୍କୁ ଏହା ପ୍ରଭାବିତ କରିଥଲା । ଯୁକ୍ତରାଷ୍ଟ୍ର ଆମେରିକାର ବାଲ୍ଲିମୋର ସହରରେ ୧୮୬୬ ମସିହା ଅଗଷ୍ଟ ୨୦ ତାରିଖରେ ଷାଠିଏଟି ୟୁନିୟନର ପ୍ରତିନିଧିମାନେ ଏକତ୍ରିତ ହୋଇ ଆଠଘଣ୍ଟା ଶ୍ରମ ଦିବସ ପାଇଁ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ଗ୍ରହଣ କରିଥଲେ ।

You can share this post!
author
Related Articles
ମୋହନ ବାଣ୍ଟିବେ ଭୋଜି ଖାଇବାକୁ ଯିବେ ନବୀନ !
- May 30, 2025
ଗଡିବନି ନବୀନଙ୍କ ବସ୍ ମୋହନ ହେବେ ନାକେଦମ୍ !
- May 30, 2025