ଆଜି ଆଇପିଏଲର ୧୭ତମ ସଂସ୍କରଣ ପାଇଁ ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ । ମିନି ଅକ୍ସନ ନେଇ ଦୁବାଇରେ ସରିଛି ପ୍ରସ୍ତୁତି । ୧୦ ଫ୍ରାଞ୍ଚାଇଜ୍ ଟିମ୍ ନିଜ ନିଜର ପାଣ୍ଠି ନେଇ ଦୁବାଇରେ ପହଞ୍ଚି ଯାଇଛନ୍ତି। ଏଥର ଅନକ୍ୟାପ୍ ପ୍ଲେୟରଙ୍କ ଉପରେ ବିଶେଷ ଧ୍ୟାନ ରଖିଛି ବିସିସିଆଇ। ମିନି ଅକ୍ସନରେ ବିଶ୍ୱର ୩୩୩ ଜଣ ଖେଳାଳିଙ୍କ ନାମ ସର୍ଟ ଲିଷ୍ଟେଡ୍ ହୋଇଛି। ଏମାନଙ୍କ ମଧ୍ୟରୁ ୨୧୪ ଜଣ ଭାରତୀୟ କ୍ରିକେଟର ଥିବାବେଳେ ୧୧୯ ଜଣ ବିଦେଶୀ ଖେଳାଳି ଅଛନ୍ତି। ୨୩ ଜଣ ଖେଳାଳିଙ୍କ ସର୍ବାଧିକ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରହିଛି। ସେହିପରି ଦେଢ କୋଟି ବେସ୍ ପ୍ରାଇସ ମଧ୍ୟରେ ଅଛନ୍ତି ୧୩ ଜଣ ଖେଳାଳି। ତେବେ ଏହି ମିନି ଅକ୍ସନରେ କେଉଁ ପ୍ଲେୟର୍ କେଉଁ ଦଳକୁ ଯାଉଛନ୍ତି ତା ଉପରେ ସମସ୍ତଙ୍କ ନଜର।
You can share this post!
author