ଥରେ ଦେଖନ୍ତୁ ଏହି ଦୃଶ୍ୟକୁ ଯୁବକଙ୍କ ପାଟିରୁ ବାହାରୁଛି ଆଳ୍ଲାହୁ ଆକବର ପରେ ଗୁଳି ଶବ୍ଦରେ ଗୁଞ୍ଜରିତ ହେଉଛି ପରିବେଶ . କିଏ କୁଆଡେ ଜୀବନ ବଂଚାଇବାକୁ ଦୈାଡୁଛନ୍ତି ?ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ . ଯେଉଁଥିରେ ଗୁଳିମାଡ ସମୟର କିଛି ଦୃଶ୍ୟ ଭାଇରାଲ ହେଉଛି . ତଳେ ଲୋକେ ପ୍ରାଣ ବଂଚାଇବାକୁ ବନ୍ଧୁକକୁ ଦେଖି ଲୁଚୁଥିବା ବେଳେ ଉପରେ ବ୍ୟକ୍ତି ଜଣକ ଜିପ ଲାଇନର ମଜା ନେଉଛନ୍ତି . ତଳେ ଫୁଟୁଛି ଗୁଳି ଉପରେ ହସୁଛନ୍ତି ଯୁବକ .ସେ ସମ୍ପୂର୍ଣ୍ଣ ରୁପେ ଜାଣି ନାହାଁନ୍ତି ଯେ ଏଠାରେ କଣ ଘଟିଲାଣି .
ତେବେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି . ଯେଉଁଥିରେ ପର୍ଯ୍ୟଟଙ୍କ ଉପରେ ଗୁଳିମାଡ ହେଉଥିବା ଦେଖିବାକୁ ମିଳିଛି . ଏହି ଭିଡିଓଟି ଅହମ୍ମଦବାଦର ବାସିନ୍ଧା ଋଷି ଭଟ ନାମକ ଜଣେ ବ୍ୟକ୍ତି ଜାରି କରିଥିବା ବେଳେ ତାହା ବର୍ତମାନ ଭାଇରାଲ ହେବାରେ ଲାଗିଛି .ଯେଉଁଥିରେ ପର୍ଯ୍ୟଟକ ଜଣକ ରୁପ ୱେରେ ମଜା ନେଉଥିବା ବେଳେ ଆତଙ୍କ ବାଦୀ ଆକ୍ରମଣ କରିଛନ୍ତି . ଏହି ସମୟରେ ସେ ଆଳ୍ଲା ହୁ ଆକବର କହିଥିବା ବେଳେ ଆତଙ୍କବାଦୀ ଗୁଳିମାଡର ଶବ୍ଧ ଶୁଣିବାକୁ ମିଳିଛି . ତେବେ ଏହି ଜିପ ଲାଇନ ଅପରେଟରଙ୍କୁ ଜାତୀୟ ତଦନ୍ତ ସଂସ୍ଥା ଅଟକ ରଖି ଏବଂ ତାଙ୍କ ପଚରାଉଚରା କରାଯାଉଛି .