ଗୋଟିଏ ପଟେ ଆତଙ୍କୀଙ୍କୁ ସାବାଡ କରୁଛନ୍ତି ମୋଦି । କିନ୍ତୁ ଏପଟେ ଉତ୍ସବ ଏବଂ ଉଦଘାଟନରେ ମାତିଛନ୍ତି ରାଜ୍ୟ ବିଜେପି ନେତା । ହଁ ଆଜ୍ଞା, ଥରେ ନଜର ପକାନ୍ତୁ ଏହି ଫଟୋ ଉପରେ । କିପରି ସମ୍ଭାବ୍ୟ ଯୁଦ୍ଧ ଆଶଙ୍କା ଭିତରେ ବି ଉତ୍ସବରେ ସାମିଲ ହେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭାରତ ପାକିସ୍ତାନ ମଧ୍ୟରେ ସାମ୍ଭାବ୍ୟ ଯୁଦ୍ଧ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ମକ୍ ଡ୍ରିଲ୍ ନେଇ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଏପଟେ ଉତ୍ସବ ଉଦଘାଟନ ଉତ୍ସବରେ ବିଜେପି ନେତାଙ୍କୁ ଦେଖିବାକୁ ମିଳୁଛି । ପାକିସ୍ତାନ ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ ପରେ ବିଜେପି ନେତା ସୋସିଆଲ ମିଡିଆରେ କେବଳ ପୋଷ୍ଟ କରି କହିଥିଲୁ ବଦଲା ନେବୁ ଆଉ ନେଇକି ହିଁ ରହିଲୁ ଲେଖି ପ୍ରଶଂସା କରୁଛନ୍ତି । କିନ୍ତୁ ଆତଙ୍କୀ ନିପାତ ଦିଗରେ ସେମାନଙ୍କ ଅବଦାନ କେତେ ତାହା ତ ଏହି ଫଟୋ ସବୁରୁ ସ୍ପଷ୍ଟ ପ୍ରମାଣିତ ହେଉଛି ।
ତେବେ ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ଏବେ ବି ଭାରତୀୟଙ୍କ ରକ୍ତ ଗରମ ରହିଥିବା ବେଳେ କିପରି ଆତଙ୍କୀଙ୍କୁ ସାବାଡ କରାଯିବ ସେ ରାସ୍ତାରେ ଚାଲିଛନ୍ତି କେନ୍ଦ୍ରୀୟ ନେତୃବୃନ୍ଦ । ଏପରିକି ଆକ୍ରମଣର ୧୫ ଦିନ ଭିତରେ ଅପରେସନ ସିନ୍ଦୂର ସାହାଯ୍ୟରେ ପାକିସ୍ତାନରେ ରାତି ଅଧରେ ପଶି ଖୋଜି ଖୋଜି ଆତଙ୍କୀମାନଙ୍କ ମୁଣ୍ଡ ଗଡାଇଛନ୍ତି । ୯ଟି ସ୍ଥାନରେ ଏୟାର ଷ୍ଟ୍ରାଇକ କରିଛି ଭାରତ । ଆଉ ଏହି ମିଡ୍ ନାଇଟ୍ ଆକ୍ରମଣରେ ଖୁଁ ଖାର ଆତଙ୍କବାଦୀ ମସୁଦ ଅଜହରର ପରିବାରର ୧୦ ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି । ଭାରତର ଏୟାର ଷ୍ଟ୍ରାଇକ୍ରେ ମସୁଦର ୧୦ ପରିବାର ସଦସ୍ୟଙ୍କ ବ୍ୟତିତ ଅନ୍ୟ ଘନିଷ୍ଠ ଚାରି ସହଯୋଗୀଙ୍କ ମୃତ୍ୟୁ ଘଟିଛି । ଯାହା ଭାରତୀୟଙ୍କ ମନକୁ ଖୁବ୍ ଶାନ୍ତି ଦେଇଛି ।
ତେବେ ମୋଦିଙ୍କ ଏହି ଅପେରସନ ସିନ୍ଦୂରକୁ ନେଇ ସାରା ବିଶ୍ୱରେ ଖୁବ ଚର୍ଚ୍ଚା ଚାଲିଛି । ନାଁ ଯେମିତି କାମ ବି ସେମିତି ହୋଇଥିବାରୁ ଭାରତୀୟ ସେନାଙ୍କୁ ପ୍ରଶଂସା କରିବା ସହ ସୋସିଆଲ ମିଡିଆରେ ଜୟ ହିନ୍ଦ୍ ଟ୍ରେଣ୍ଡ୍ କରୁଛି ।