ବିଭିନ୍ନ ପ୍ରକାର ଫଳ ଗୁଡିକୁ ମଧ୍ୟରୁ ପିଜୁଳି ଖାଇବାକୁ କାହାକୁ ଅବା ଭଲ ନଲାଗେ । ପାଟିକୁ ଯେତିକି ସୁଆଦିଆ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭବାନ ହୋଇଥାଏ ପିଜୁଳି । ସହରରେ ଦୋକାନରେ ଏହି ବିକ୍ରି ହେଉଥିବା ବେଳେ ଗାଁ ଗୁଡିକରେ ତ ପ୍ରତି ବାଡିରେ ପିଜୁଳି ଗଛଟିଏ ରହିଥାଏ । ଏପରିକି କେହିକେହି ଏହି ଗଛ ଲଗାଇ ବ୍ୟବସାୟର ମାଧ୍ୟମ ମଧ୍ୟ ଆପଣାଇଥାନ୍ତି । କିନ୍ତୁ କେବଳ ଯେ, ପିଜୁଳି ଆମ ସ୍ୱାସ୍ଥ୍ୟ ପାଇଁ ଉପ ଯୋଗୀ ତାହା ନୁହେଁ । ପିଜୁଳି ପତ୍ର ମଧ୍ୟ ଆମ ଶରୀର ପାଇଁ ହିତକର ବୋଲି ବିବେଚନା କରାଯାଏ । ତେବେ ଆସନ୍ତୁ ଜାଣିବା ପିଜୁଳି ପତ୍ରର ଉପକାରିତା ସମ୍ପର୍କରେ ।
ତେବେ ପିଜୁଳିରେ ପ୍ରୋଟିନ, କାବୋହାଇଡ୍ରେଟ ସହ ଫାଇବର ଏବଂ ଫ୍ୟାଟ ରହିଥିବା ବେଳେ ପିଜୁଳି ପତ୍ରରେ ପୋଟାସିୟମ, ଭିଟାମିନ୍ , ଭିଟାମିନ୍ ସି , ମିନେରାଲ୍ସ , ଲାଇକୋପିନ ,ଫାଇବର୍ ଭଳି ପୋଷକ ତତ୍ୱ ଭରି ରହିଛି ।
ଯଦି ଆପଣ ହଜମ ସମସ୍ୟାରେ ଛନ୍ଦି ହୋଇ ରହୁଛନ୍ତି ଏବଂ ତେବେ ଏଥିପାଇଁ ପିଜୁଳି ପତ୍ର ଏକ ଭଲ ବିକଳ୍ପ ହୋଇପାରେ । ଆଜିକାଲିର ଜୀବନଶୈଳୀ , ବାହାର ଖାଦ୍ୟ ଏବଂ ଭୁଲ ସମୟରେ ଖାଦ୍ୟଗ୍ରହଣ ପାଇଁ ହଜମ ସମସ୍ୟା ଦେଖାଦେଉଛି । ଯଦି ଆପଣ ଏଥିରୁ ଆରାମ ପାଇବାକୁ ଚାହୁଁଛନ୍ତି ତେବେ ଖାଲି ପେଟରେ ପିଜୁଳୀ ପତ୍ର ଚୋବାନ୍ତୁ । ଏହାଦ୍ୱାରା ପେଟ ସମସ୍ୟା ଦୂର ହେବା ସଙ୍ଗେ ସଙ୍ଗେ ପାଚନ କ୍ରିୟା ଭଲ ହୋଇଥାଏ ।
ଡାଏବେଟିସକୁ କଣ୍ଟ୍ରୋଲ୍ କରିବା ପାଇଁ ସାହାଯ୍ୟ କରେ ପିଜୁଳୀ ପତ୍ର । ଯଦି ଆପଣ ମଧ୍ୟ ଡାଏବେଟିସ୍ ରୋଗୀ ତାହେଲେ ପିଜୁଳୀ ପତ୍ରର ସେବନ କରିବା ଆରମ୍ଭ କରିଦିଅନ୍ତୁ ।
ପିଜୁଳୀ ପତ୍ର ଚୋବାଇଲେ ପାଟିରେ ହୋଇଥିବା ଛାଲ ସମସ୍ୟା ଦୂର ହେବା ସହ ହଜମ ଶକ୍ତି ବଢେ । ସକାଳୁ ଖାଲି ପେଟରେ ପିଜୁଳୀ ପତ୍ର ଚୋବାଇଲେ କୋଲେଷ୍ଟ୍ରୋଲ୍ କଣ୍ଟ୍ରୋଲରେ ରୁହେ ।
ପିଜୁଳୀ ପତ୍ରରେ ଭିଟାମିନ୍ ସି ଭରପୂର ମାତ୍ରାରେ ଥିବାରୁ ଏହାକୁ ଚୋବାଇ ଖାଇବା ଦ୍ୱାରା ଇମ୍ୟୁନିଟି ଶକ୍ତି ବୃଦ୍ଧି ହୋଇଥାଏ । ଯାହାଦ୍ୱାରା ଶରୀରକୁ ସଂକ୍ରମଣ ରୋଗ ପ୍ରବେଶ କରିପାରେନାହିଁ । ସକାଳୁ ଖାଲି ପେଟରେ ପିଜୁଳୀ ପତ୍ର ଚୋବାଇ ଖାଇଲେ ବର୍ଦ୍ଧିତ ଓଜନକୁ ମଧ୍ୟ କମ୍ କରିପାରିବେ । ଓଜନକୁ ନିୟନ୍ତ୍ରଣରେ ଆଣିବାକୁ ଚାହୁଁଥିଲେ ଆଜିଠାରୁ ହିଁ ପିଜୁଳୀ ପତ୍ର ଖାଇବା ଆରମ୍ଭ କରିଦିଅନ୍ତୁ ।