ଆନନ୍ଦବଜାରରେ ନୂଆ ଡ୍ରେସକୋଡ…

ଆନନ୍ଦବଜାରରେ ନୂଆ ଡ୍ରେସକୋଡ…

ଶ୍ରୀମନ୍ଦିରକୁ ନେଇ ଆସିଲା ବଡ ଖବର । ଏଣିକି ଶ୍ରୀମନ୍ଦିର ଆନନ୍ଦବଜାରରେ ଲାଗୁ ହେବ ଡ୍ରେସକୋଡ । ଗେରୁଆ ରଙ୍ଗର ପୋଷାକ ପିନ୍ଧିବେ ମହାପ୍ରସାଦ ବିକ୍ରି କରୁଥିବା ସୁପକାର ସହାୟକ । ଏମାନେ ଗେରୁଆ ରଙ୍ଗର ପୋଷାକ ପିନ୍ଧି ମହାପ୍ରସାଦ ବିକ୍ରି କରିପାରିବେ ବା ସହାୟତା କରିପାରିବେ । ତେବେ ଶ୍ରୀମନ୍ଦିର ପ୍ରଶାସନର ସ୍ୱୀକୃତି କ୍ରମେ ମହାସୁଆର ନିଯୋଗ ଆନନ୍ଦବଜାର କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ କରିଛି । ଯେଉଁ ସହାୟକମାନେ ରହିଛନ୍ତି, ସେମାନେ ଆସନ୍ତା ୨୫ ତାରିଖ ଠାରୁ ଗେରୁଆ ରଙ୍ଗର ପୋଷାକ ପିନ୍ଧି ଆନନ୍ଦବଜାରକୁ ଆସିବେ । ଏହାସହ ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କ କ୍ଷେତ୍ରରେ ବି କଟକଣା ଲଗାଯାଇଛି । ଦୋକାନ ମାଲିକଙ୍କ ବ୍ୟତୀତ ଅନ୍ୟ କେହି ମହାପ୍ରସାଦ ଦୋକାନ ଚଳାଇ ପାରିବେନି ବୋଲି ବାଧ୍ୟତାମୂଳକ କରାଯାଇଛି । ଅନ୍ନ ମହାପ୍ରସାଦ ଓ ଶୁଖିଲା ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କୁ ସହାୟତା ପାଇଁ ଜଣେ ଲେଖାଏଁ ସହାୟକ ରଖିବାକୁ ଅନୁମତି ପ୍ରଦାନ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *