ଆପଣାନ୍ତୁ ଏହି ସବୁ ଉପାୟ, ସ୍କାଲ୍ପରୁ ଗାଏବ ହୋଇଯିବ ରୁପି…

ଆପଣାନ୍ତୁ ଏହି ସବୁ ଉପାୟ, ସ୍କାଲ୍ପରୁ ଗାଏବ ହୋଇଯିବ ରୁପି…

କଣ ଆପଣ ରୂପି ସମସ୍ୟାରେ ଜୁଝି ହେଉଛନ୍ତି କି ? ରୂପି ସମସ୍ୟାର ଘରୋଇ ଉପଚାର ସମ୍ପର୍କରେ ଆପଣ ଜାଣନ୍ତି କି ? ଆଜିକାଲି ହେଉଥିବା କେଶ ସମସ୍ୟାରୁ ଗୋଟିଏ ପ୍ରମୁଖ ସମସ୍ୟା ହେଉଛି ରୂପି ସମସ୍ୟା । ଉଭୟ ପୁରୁଷ ଏବଂ ମହିଳା ଏହି ସମସ୍ୟା ଦେଇ ଗତି କରୁଛନ୍ତି । ବ୍ରାଣ୍ଡେଡ ଏବଂ ଦମୀ ପ୍ରଡକ୍ଟ ବ୍ୟବହାର କରି ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳୁନି । କିନ୍ତୁ ଏଭଳି କିଛି ଚିକିତ୍ସା ରହିଛି ଯାହା ଆପଣଙ୍କୁ ଏହି ସମସ୍ୟାରୁ ଆରାମ ଦେଇପାରିବ । ତେବେ ଆସନ୍ତୁ ଜାଣିବା ସେହି ଉପଚାର ସମ୍ପର୍କରେ ।

ଋୁପି ସାଧାରଣତ ୨ ପ୍ରକାରର ହୋଇଥାଏ । ଶୁଷ୍କ ରୁପି ଏବଂ ତେଲିଆ ରୁପି। ଶୁଖିଲା ରୁପିରେ ଛୋଟ ଛୋଟ ଆକାରରେ ବାହାରିଥାଏ। କିନ୍ତୁ ତେଲିଆ ରୁପିରେ ବକଳ ପରି ଖୋଳ ଛାଡ଼ିଥାଏ। ମୁଣ୍ଡରେ ଘା’ ହେବା,ଲାଲ୍ ହୋଇ ଫଳିଯିବା, କେଶ ଝଡ଼ିବା, ମୁଣ୍ଡ ଗନ୍ଧ ହେବା,ମୁଣ୍ଡ, କାନ, ବେକ ଓ କାନ୍ଧ ଉପରେ ଏହା ଦେଖାଯାଇଥାଏ। ବ୍ୟାକ୍ଟେରିଆଲ୍ ଇନ୍ଫେକସନ୍ କିମ୍ୱା ଫଙ୍ଗାଲ୍ ଇନଫେକସନ୍ ଦ୍ୱାରା ରୁପି ବ୍ୟାପିଥାଏ। ତେବେ ରୁପି ହେଲେ ଶରୀରକୁ କୌଣସି କ୍ଷତି ପହଞ୍ଚେ ନାହିଁ।

ରୁପିର କିଭଳି କରିବେ ଚିକିତ୍ସା:

ଔଷଧ ଖାଇଲେ ଏହା ଭଲ ହୋଇପାରିବ
ବାହାର ସାମ୍ପୋ ବ୍ୟବହାର ନକରି ଆଣ୍ଟି ଫଙ୍ଗାଲ୍ ସାମ୍ପୋ ବ୍ୟବହାର କରନ୍ତୁ।
ସପ୍ତାହରୁ ଦୁଇଥର ସାମ୍ପୋ କରନ୍ତୁ। ଯଦି ଅଧିକ ରୁପି ଅଛି, ତେବେ ଦିନେ ଛାଡ଼ି ଦିନେ ସାମ୍ପୋ କରନ୍ତୁ। ତେବେ ଏହିସବୁ ସାମ୍ପୋକୁ ଅଧିକ ସମୟ ମୁଣ୍ଡରେ ଲଗାଇ ରଖନ୍ତୁ ନାହିଁ। ଅଧିକ ସମୟ ରଖିଲେ, ପାର୍ଶ୍ୱ ପ୍ରତିକ୍ରିୟା ହେବାର ଆଶଙ୍କା ରହିଥାଏ।
ଯଦି ପାରୁଛନ୍ତି, ଲେମ୍ୱୁ କିମ୍ୱା ଅଣ୍ଡା ମାଧ୍ୟମରେ ଘରୋଇ ଉପଚାର କରିପାରିବେ। ତେବେ ଏସବୁ କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

author

Related Articles

Leave a Reply

Your email address will not be published. Required fields are marked *