୧୦ ମାସରେ ମୋହନ ସରକାରଙ୍କ ଠାରୁ ଅତିଷ୍ଠ ହୋଇ ପୁଣି ନବୀନ ସରକାରଙ୍କୁ ଖୋଜିଲେଣି । ନିଜେ ଭୋଟ ଦେଇ ବିଜେପିକୁ ଜିତେଇଲେ କିନ୍ତୁ ଏବେ ନିଜ ଭୁଲର ପଶ୍ଚାତାପ କରୁଥିବା ମତପ୍ରକାଶ କରୁଛନ୍ତି । ଆଉ ଏଥିରୁ ଲୋକଙ୍କ ସରକାର ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ବିଜେପି ଯେଉଁ ଡିଣ୍ଡିମ ପିଟୁଛି ତାର ମିଛ ଉପରୁ ପରଦା ହଟିଛି । ଦରଦାମ ହୁହୁ ହୋଇ ବଢିଚାଲିଛି, ସାଧାରଣ କର୍ମଚାରୀଙ୍କ ପାରିଶ୍ରମିକ ବଢୁନି,ଦାଦନ ସମସ୍ୟା ବଢି ବଢି ଚାଲିଛି, ବେକାରୀ ସମସ୍ୟା ଦୂର ହେଉନି । ଆଉ ଏପଟେ ସ୍ୱାସ୍ଥ୍ୟ ସେବା ପାଇଁ ବି ଲୋକେ ହନ୍ତସନ୍ତ ହେଉଛନ୍ତି । କିନ୍ତୁ ବିଜେପିକୁ କିଛି ବି ଫରକ ପଡୁନି । କେବଳ ଲୋକ ଦେଖାଣିଆ ପାଇଁ ବିଭିନ୍ନ ପ୍ରକାର ଯୋଜନା ଆଣୁଥିବା ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବରେ ଚିତ୍ର କଣ ତାହା କାହାକୁ ଅଛପା ନାହିଁ ।
ଅନ୍ୟପଟେ ବିଜେପି ସରକାରକୁ ଆସିବାର ୧୦ ମାସ ହୋଇଗଲାଣି । ଆଉ କିଛି ଦିନ ପରେ ବର୍ଷେ ପୂରିବ । କିନ୍ତୁ ଏବେ ବି ମୋହନ ସରକାରଙ୍କୁ ଭରଷା କରିପାରୁନାହାନ୍ତି ରାଜ୍ୟବାସୀ । କାହିଁକି ନା ଏତେ ମାସ ସରକାରରେ ରହିବା ପରେ ବି ରାଜ୍ୟର ବିକାଶ ଦିଗରେ ଏବଂ ସାଧାରଣ ଲୋକଙ୍କ ସମସ୍ୟା ଦୂର କରିବାରେ ବିଜେପି ବିଫଳ ହୋଇଛିା କେବଳ ବଡ ବଡ ଘୋଷଣା ଏବଂ ଦଳର ପ୍ରଚାର ପ୍ରସାର କରିବାରେ ବ୍ୟସ୍ତ ରହୁଛନ୍ତି ବିଜେପି ନେତା । କିନ୍ତୁ କାମ ଶୂନ । ଯାହାକୁ ନେଇ ରାଜ୍ୟବାସୀଙ୍କ ମନରେ ପ୍ରବଳ ଅସନ୍ତୋଷ । ଆଉ ଆଜି ଆନ୍ତର୍ଜାତୀୟ ଶ୍ରମିକ ଅବସରରେ ଶ୍ରମିକ ମାନେ ମଧ୍ୟ ବିଜେପି ଉପରେ ଖପ୍ପା ଥିବା ଏବଂ ସେମାନଙ୍କୁ ନବୀନ ଦରକାର ବୋଲି ଦାବି କରିଥିବା ଦେଖିବାକୁ ମିଳିଛି ।