ପୁଣି ରାଜରାସ୍ତାକୁ ଓହ୍ଲାଇଲା ଓଡିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ । ହାଇକୋର୍ଟ ନିର୍ଦ୍ଦେଶ ସତ୍ତ୍ବେ ନିଯୁକ୍ତି କାର୍ୟ୍ୟ ହୋଇପାରୁନଥିବା ଅଭିଯୋଣ ଆଣି ପୁଣି ବିକ୍ଷୋଭ ପଦର୍ଶନ କରିଛନ୍ତି ଶିକ୍ଷକ। ଉଚ୍ଚ ନ୍ୟାୟାଳୟଙ୍କ ପରାମର୍ଶ ଅନୁଯାୟୀ ସମ୍ପୂର୍ଣ୍ଣ ପଦବୀ ପୂରଣ ପାଇଁ ସରକାରଙ୍କୁ କାର୍ୟ୍ୟ କରିବାକୁ ଗତ ୧୮ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ୨୦ ଦିନରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ବି ଏଯାଏ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇନଥିବା ସଂଘ ଅଭିଯୋଗ କରିଛି। ଶିକ୍ଷାବର୍ଷ ଆରମ୍ଭ ହେବାର ୪ ମାସ ବିତିଗଲାଣି କିନ୍ତୁ ଏବେ ବି ବିନା ଶିକ୍ଷକରେ ବିଦ୍ୟାଳୟ ଚାଲୁଥିବା ଦେଖାଯାଉଛି।ଏପଟେ ଚାକିରୀ ପାଉନାହାନ୍ତି ଆଶାୟୀ ଶିକ୍ଷକ ସେପଟେ ସ୍କୁଲରେ ଶିକ୍ଷକ ଅଭାବ । ତେଣୁ ମେରିଟଲିଷ୍ଟ କାଏମ ରଖି ସରକାର ପଦକ୍ଷେପ ଯେତେପର୍ୟ୍ୟନ୍ତ ନେବେ ନାହିଁ ସେପର୍ୟ୍ୟନ୍ତ ଏଠି ରାଜରାସ୍ତାରେ ବସି ରହିବାକୁ ଜିଦ ଧରିଛି ଓଡିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ।

You can share this post!
author