ବିଜେଡିକୁ ଅଡୁଆ ହେଉଛି କି ଅନ୍ୟ ଦଳର ଆମଦାନୀ ନେତା ? ଆମଦାନୀଙ୍କୁ ନେତାଙ୍କୁ ନେଇ ଟେନସନରେ ଅଛନ୍ତି କି ବିଜେଡି ସୁପ୍ରିମୋ । 24 ବର୍ଷର ସରକାର ଭାଙ୍ଗିବା ପରେ ଦଳରୁ କରଛଡା ଦେବେ କି ଏହି ନେତା ? ହଁ ଆଜ୍ଞା କାହିଁକିନା ନିର୍ବାଚନକୁ ଛଅମାସ ବିତିଯାଇଛି କିନ୍ତୁ ଏବେ ପର୍ଯ୍ୟନ୍ତ ନବୀନଙ୍କ ବୈଠକ ସରୁନାହିଁ । ନବୀନ ନିବାସରୁ ଶଙ୍ଖଭବନ ପର୍ଯ୍ୟନ୍ତ ସବୁଠି ବିଜେଡି ନେତାଙ୍କ ଭିଡ ଦେଖିବାକୁ ମିଳୁଛି । ତୃଣମୂଳ ସ୍ତରର କର୍ମୀଙ୍କ ଠାରୁ ଆରମ୍ଭ କରି ଯେ ବରିଷ୍ଠ ନେତା,ପୂର୍ବତନ ବିଧାୟକ,ରାଜ୍ୟସଭା ସାଂସଦ ସମସ୍ତଙ୍କୁ ଭେଟି ମିଟିଙ୍ଗ ଉପରେ ମିଟିଙ୍ଗ କରୁଛନ୍ତି କିନ୍ତୁ ଚାଲିଥିବା ଏହି ଘନ ଘନ ବୈଠକର କୌଣସି ସୁଫଳ ସାମ୍ନାକୁ ଆସୁନାହିଁ ।
ନିଇତି ନବୀନ ନିବାସରେ ନେତାଙ୍କ ଭିଡ ଜମୁଛି । ସମସ୍ତଙ୍କୁ ଡାକି ବୈଠକ କଲେ କିନ୍ତୁ ଆମଦାନୀ ନେତାଙ୍କୁ ଭେଟିଲେ ନାହିଁ । ଛଅମାସର ବିରୋଧି ଦଳ ସରକାରଙ୍କୁ ଘେରିବାରେ ବିଫଳ ହୋଇଥିବା କଥା ଚର୍ଚ୍ଚା ହେଲାଣି । ବିଧାନସଭାରେ ବିରୋଧିଙ୍କ ସ୍ୱର ଶାଣିତ ନଥିଲା । ଯାହାଫଳର ଶୀତକାଳୀନ ଅଧିବେଶନରେ ବିରୋଧିଙ୍କ ଗର୍ଜନ ଫିକା ପଡିଯାଇଥିଲା । ଏପଟେ ବିଜେଡି ବିଧାୟକଙ୍କୁ ନେଇ ଅଙ୍କ କଶୁଥିବା ନବୀନଙ୍କୁ ବେଶି ଚିନ୍ତାରେ ପକାଇଛନ୍ତି ଅନ୍ୟଦଳରୁ ଆମଦାନୀ ହୋଇଥିବା ନେତା ।
ଲେଖାଶ୍ରୀ ସାମନ୍ତସିଂହାର,ଭୃଗୁ ବକ୍ସିପାତ୍ର,ଚିରଞ୍ଜୀବି ବିଶ୍ୱାଳଙ୍କ ପରି ନେତା ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ କିନ୍ତୁ ବିଜେଡିର ଶୋଚନୀୟ ପରାଜୟ ପରେ ଏହି ନେତାମାନେ କୌଣସି ମୂହୁର୍ତ୍ତରେ ବି ବିଜେଡି ଛାଡିପାରନ୍ତି । କାହିଁକିନା 24 ବର୍ଷର ସରକାରରେ 24 ମସିହାରେ ଯେଉଁ ପୂର୍ଣ୍ଣଚ୍ଛେଦ ପଡିଲା ତାହା ରାଜ୍ୟ ରାଜନୀତିରେ ଏକ ଇତିହାସ ସୃଷ୍ଟି କରିଛି । ପରାଜୟ ପରେ ଜଣେ ପରେ ଜଣେ ନେତା ବିଜେଡି ଛାଡି ବିଜେପିରେ ସାମିଲ ହେଉଛନ୍ତି । ନିର୍ବାଚନ ଶେଷ ହୋଇଯାଇଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ମିଶ୍ରଣ ପର୍ବ ଶେଷ ହେଉନାହିଁ । ତେବେ ନିଇତି ବିଜେପି ଶିବିରରେ ହେଉଥିବା ମିଶ୍ରଣ ପର୍ବରେ ଆଗକୁ ବିଜେଡିର କେଉଁ ଆମଦାନୀ ନେତା ସାମିଲ ହେଉଛନ୍ତି ଏବଂ ନବୀନଙ୍କ ଚିନ୍ତା ବଢାଉଥିବା ଏହି ଆମଦାନୀ ନେତାଙ୍କୁ ନେଇ ଆଗକୁ ବିଜେଡିରେ କେଉଁ ଝଡ ସୃଷ୍ଟି ହେଉଛି ତାହା ଦେଖିବାକୁ ଅପେକ୍ଷା ।