ଓଡିଆ ବୈଜ୍ଞାନିକ ସ୍ୱାତୀ ନାୟକଙ୍କୁ ମିଳିଛି ବଡ ସଫଳତା । ଆମେରିକାରେ ଥିବା ବିଶ୍ୱ ଖାଦ୍ୟ ପୁରସ୍କାର ସଂସ୍ଥାନ ପକ୍ଷରୁ ପୁରସ୍କାର ପାଇବେ ସ୍ୱାତୀ ନାୟକ । ତାଙ୍କୁ 2023 ନରମାନ ବୋରଲାଗ ଫିଲ୍ମ ପୁରସ୍କାର ପ୍ରଦାନ କରାଯିବ । ଆମେରିକାର ନିଉୱର୍କ ସହରରେ ଚାଲିଥିବା ଜଳବାୟୁ ସପ୍ତାହ ଉତ୍ସବରେ ଏହା ଘୋଷଣା କରାଯାଇଛି । ଆମେରିକାର ଆଇୱବାସ୍ଥିତ ବିଶ୍ୱ ଖାଦ୍ୟ ପୁରସ୍କାର ସଂସ୍ଥାଠାରେ ଆସନ୍ତା ଅକ୍ଟୋବରରେ ଏହି ପୁରସ୍କାର ଗ୍ରହଣ କରିବେ ସ୍ୱାତୀ ନାୟକ । ସ୍ୱାତୀ ନାୟକ ଏବେ ଫିଲିଫାଇନ୍ସରେ ଥିବା ସିଜିଆଇ ଅର୍ନ୍ତଜାତୀୟ ଧାନ ଗବେଷଣା ସଂସ୍ଥାରେ କୃଷି ବୈଜ୍ଞାନିକ ଅଛନ୍ତି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ବରଗଡ ପୋଲିସକୁ ବଡ ସଫଳତା..
- June 3, 2025