ଜାତୀୟ ଫଳ ହେଉଛି ଆମ୍ବ । ଆମ୍ବ ଖାଇବା ପାଇଁ କାହାକୁ ବା ଭଲ ନ ଲାଗେ । ଖରାଦିନେ ଏହି ଫଳ ବଜାର ରେ ପସରା ମେଲିଥାଏ । ଏହାର ଅନେକ ଔଷଧୀୟ ଗୁଣ ରହିଛି ।ଉଭୟ କଞ୍ଚା ଓ ପାଚିଲା ଆମ୍ବ ରେ ପୋଷକ ତତ୍ତ୍ୱ ଭରପୂର ହୋଇ ରହିଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ରେ ସାହା।ଯ୍ୟ କରିଥାଏ । ଏସିଡିଟି ସମସ୍ୟା ଥିଲେ କଞ୍ଚା ଆମ୍ବ ଖୁବ ଲାଭଦାୟକ ହୋଇଥାଏ । ପେଟର ସମସ୍ତ ବିକାର ଦୂର ହୋଇଥାଏ । କଞ୍ଚା ଆମ୍ବ ନିୟମିତ ଖାଇବା ଦ୍ୱାରା ତ୍ୱଚା ଉଜ୍ୱଳ କରିଥାଏ । ଶରୀରରେ ଆଇରନ ର ଅଭାବ ଦୂର ହୋଇଥାଏ । ଏବଂ ଯେଉଁମାନେ ମଧୁମେହ ରୋଗରେ ପୀଡିତ ସେମାନେ ଖାଇବା ଦ୍ୱରା ସୁଗାର ସ୍ତର କମିଥାଏ । ର୍କକଟ, ହୃଦରୋଗ ସମ୍ବନ୍ଧୀୟ ରୋଗକୁ ରୋକିଥାଏ । ଏହା ହଜମ କ୍ରିୟାକୁ ଠିକ ରଖିଥାଏ । ଏବଂ ଓଜନ କମାଇବାରେ ସହାୟକ ହୋଇଥାଏ । କଞ୍ଚା ଆମ୍ବକୁ ଚଟଣୀ କରି ମଧ୍ୟ ଖାଇପାରିବେ ।

- September 9, 2023
0
131
Less than a minute
You can share this post!
author