କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୂର ପଞ୍ଚାୟତ ମାଣ୍ଡି ପଙ୍କା ଗ୍ରାମର ଦଡା ସାହି ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି | ଆମ୍ବ କୋଇଲି ରୁ ପ୍ରସ୍ତୁତ ଯାଉ ଖାଇ ୬ ପରିବାର ର ୮ଜଣ ମହିଳା ଅସୁସ୍ଥ ହୋଇ ଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଦୁଇ ଜଣ ଙ୍କ ଜୀବନ ଯାଇଥିବା ଘଟିଥିବା ଜଣା ପଡ଼ିଛି। ସୂଚନା ଅନୁଯାୟୀ ଗତ ୨୩ ତାରିଖ ଦିନ ପାରମ୍ପାରିକ ଖାଦ୍ୟ ଭାବେ ଆମ୍ବ କୋଇଲିରୁ ଯାଉ ପ୍ରସ୍ତୁତ କରି ଗ୍ରାମର ପ୍ରାୟ ୨0 ପରିବାର ର ୩0ରୁ ଉର୍ଦ୍ଧ୍ବ ଲୋକେ ବାଣ୍ଟି ଖାଇଥିଲେ | ସେଥିରୁ ବଳକା ଥିବା କୋଇଲିକୁ ଗଚ୍ଛିତ ରଖି ଗତ ମଙ୍ଗଳବାର ଦିନ ପୁଣି ଥରେ ପ୍ରସ୍ତୁତ କରି କିଛି ମହିଳା ବାଣ୍ଟି ଖାଇଥିଲେ । ସେଥି ମଧ୍ୟରୁ ଗୁରୁବାର ଦିନ ରମିତା ଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ କୁ ନିଆ ଯାଇଥିଲା ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଜୀବନ ଯାଇଥିବା ବେଳେ ଶୁକ୍ରବାର ଦିନ ପୁଣି ଅଚାନକ ଭାବେ ଆଉ 7ଜଣ ଙ୍କ ଅବସ୍ଥା ଗୁରୁତର ହେବାରୁ ସ୍ଥାନୀୟ ଲୋକଙ୍କ ସହାୟତା ରେ ସେମାନଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା | ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବା ରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ ହେଲେ ବ୍ରହ୍ମପୁର ନେବା ବାଟରେ ରୁନୁ ମାଝୀ ଙ୍କ ଜୀବନ ଯାଇଥିଲା । ଆଉ ୬ ଜଣ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣାପଡ଼ିଛି। ଖବର ପାଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତହସିଲଦାର ଶରତ ଶବର, ବିଡ଼ିଓ ପ୍ରୀତି ରଞ୍ଜନ ରଥ ଓ ମେଡ଼ିକାଲ ଟିମ୍ ଘଟଣା ସ୍ଥଳ ରେ ପହଞ୍ଚି ଘଟଣା ସମ୍ପର୍କ ରେ ଅନୁଧ୍ୟାନ କରୁଥିବା ଜଣାପଡିଛି ।

You can share this post!
author
Related Articles
ନୂତନ ଆଶା କର୍ମୀ ନିଯୁକ୍ତି ପାଇଁ ଦାବୀ
- November 12, 2024