ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ପୋଲିସ ପକ୍ଷରୁ ବ୍ଲକ ନିକଟରେ ଥିବା କଲ୍ୟାଣ ମଣ୍ଡପରେ ଶନିବାର ଦିନ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂତନ ଭାବେ ଯୋଗଦେଇଥିବା ଥାନା ଅଧିକାରୀ ଭଗବାନ ପୂଜାରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ବୈଠକ ରେ ବେଗୁନିଆପଡା ବ୍ଲକର ଅନେକ ଜନପ୍ରତିନିଧି, ବଣିକ ସଂଘ ସଦସ୍ୟ ଓ ନେତୃସ୍ଥାନୀୟ ବ୍ୟକ୍ତି ମାନେ ଉପସ୍ଥିତ ରହି ଅଂଚଳ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଥିଲେ । ଟ୍ରାଫିକ ସମସ୍ୟା, ଚୋରା ମଦ ବିକ୍ରି ରୋକିବା, ହେଲମେଟ ବ୍ୟବହାର କରିବା, ଧୃତଗତି ରେ ଗାଡି ନ ଚଳାଇବା, ନାବାଳିକା ବିବାହ ପ୍ରତି ସଚେତନ ରହିଵା, ପରିବେଶ ପରିମଳ ବ୍ୟବସ୍ଥା ପ୍ରତି ସଚେତନତା ସୃଷ୍ଟି କରିବା, ପୋଲିସର ବ୍ୟବହାରରେ ପରିବର୍ତନ କରାଯିବା, ଚୋରି ଡକାୟତି କ୍ରାଇମ ରୋକିବାରେ ପୋଲିସକୁ ଜନପ୍ରତିନିଧି ସହଯୋଗ କରିବା ଆଦି ବିଷୟରେ ଆଲୋଚନା କରାଯାଇଥିଲା । ନୂତନ ଭାବେ ଯୋଗଦେଇ ଥିବା ଥାନା ଅଧିକାରୀ ଏହିଭଳି କାର୍ଯ୍ୟକ୍ରମ କରିଥିବାରୁ ଜନପ୍ରତିନିଧି ମାନେ ଶ୍ରୀପୂଜାରୀ ଙ୍କୁ ଧନ୍ୟବାଦ ଦେଵା ସହ ଅଂଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ସହଯୋଗ କରିବା ପାଇଁ ସମ୍ନତି ପ୍ରଦାନ କରିଥିଲେ ।ଏଥିରେ ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *