ଆରପାରିରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି । ଚିକିତ୍ସାଧୀନ ଅବସ୍ଥାରେ କଟକ ନନ୍ଦିସାହି ସ୍ଥିତ ବାସଭବନରେ ସେ ଆଖି ବୁଜିଛନ୍ତି । ମାତ୍ର ୭୪ ବର୍ଷ ବୟସରେ ସେ ଏ ଦୁନିଆ ଛାଡି ସମସ୍ତଙ୍କୁ ଦୁଖ ସାଗରରେ ଭସାଇ ଚାଲିଯାଇଛନ୍ତି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ଏବଂ ତାଙ୍କର ଚିକିତ୍ସା ଚାଲିିଥିଲା । ନିକଟରେ ତାଙ୍କର ଏକ ଅପରେସନ ମଧ୍ୟ ହୋଇଥିଲା । ଯାହାକୁ ନେଇ ଅନୁଭବ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଥିଲେ । ବାପାଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଠାକୁରଙ୍କୁ ପ୍ରାର୍ଥନା କରିବା ସହିତ ବାପାଙ୍କ ଅହରହ ସେବ କରୁଥିଲେ ଅନୁଭବ । କିନ୍ତୁ ଏବେ ଏହି ଖବର ଅନୁଭବଙ୍କୁ ପୂରା ଭାଙ୍ଗି ଦେଇଛି । ଚିକିତ୍ସାଧୀନ ଅବସ୍ଥାରେ ଅଭୟ ମହାନ୍ତିଙ୍କର ପରଲୋକ ଘଟିଥିବା ବେଳେ ଏହା ପରିବାରରେ ଶୋକର ଛାୟା ଖେଳାଇଦେଇଛି । ଦୀର୍ଘ ବର୍ଷ ଧରି ବାପାଙ୍କ ସେବା କରିଆସୁଥିବା ଅନୁଭବଙ୍କୁ ତାଙ୍କ ବାପା ଛାଡି ଚାଲିଯାଇଥିବା ବିଶ୍ୱାସ କରିପାରୁନାହାନ୍ତି ଅନୁଭବ । ସତେ ଯେମିତି ତାଙ୍କ ଉପରେ ଦୁଖର କଳା ବାଦଲ ଛାଇ ହୋଇରହିଛି ।

You can share this post!
author