ହଁ ଆଜ୍ଞା ଆମେ କହୁଛୁ ରାଜ୍ୟ ରାଜନୀତି ର କଥା। 2024କୁ ଆଉଦୀନ କେଇଟା ଥିବା ବେଳେ ଘରେ ବସୁଥିବା ନେତାଙ୍କ ମୁହଁ ଏବେ ଦେଖିଲେଣି ଜନତା । ଘରେ ନାହାନ୍ତି 3ଦଳର ଗୋଟାଏ ବି ଛାମୁଆ ନେତା ଆଗମୀ ଇଲେକ୍ସନ କୁ ଆଖି ଆଗରେ ରଖି ପଡ଼ି ଉଠି ଗାଁକୁ ଗାଆଁ ସହଠୁ ସହର ବ୍ଲକ ଠୁ ବ୍ଲକ ଧାଇଲେନୀ ନେତା। ଘରେ ଘରେ କଂଗେସ ଘରେ ହାତ ଅଭିଯାନ କଂଗ୍ରେସ ଚାଲିଥିବାବେଳେ ବିଜେପି କଲାଣି ସ୍ୱଚ୍ଛତା ଅଭିଯାନ ଆଉ ଏବେ ବିଜେଡି ଆରମ୍ଭ କଲାଣି ଜନସମ୍ପର୍କ ପଦଯାତ୍ରା।ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ବିଜେଡିର ଜନସଂପର୍କ ପଦଯାତ୍ରା । ଜୟପ୍ରକାଶ ଜୟନ୍ତୀ ଯାଏଁ ବିଜେଡି ରାଜ୍ୟବ୍ୟାପୀ ପଦଯାତ୍ରା ଚାଲିବ । ଏହା ଦ୍ୱାରା ଜନତାଙ୍କ ପାଖକୁ ଯିବେ ନେତା, ମନ୍ତ୍ରୀ ଓ ସାଂସଦ । ରାଜ୍ୟ ସରକାରଙ୍କ ନିରନ୍ତର ବିକାଶର ବାର୍ତ୍ତା ପହଞ୍ଚାଇବା ସହ ଲୋକଙ୍କ ଅଭିଯୋଗ ବି ଶୁଣିବେ ।ଭୁବନେଶ୍ୱରରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ପଦଯାତ୍ରାର ଶୁଭାରମ୍ଭ ସହ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି । ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ନବୀନ କହିଛନ୍ତି, ଗାନ୍ଧିଜୀ ଆମ ସମସ୍ତଙ୍କ ପାଇଁ ସବୁବେଳେ ପ୍ରେରଣା ହୋଇ ରହି ଆସିଛନ୍ତି । ଗାନ୍ଧିଜୀଙ୍କ ଆଦର୍ଶ ଆମକୁ ଆଗକୁ ବାଟ ଦେଖାଇ ଆସୁଛି । ସାଧାରଣ ଲୋକଙ୍କ ଖୁସି ହିଁ ଆମର ସବୁଠୁ ବଡ ଖୁସି ।ପଦଯାତ୍ରା ଅବସରରେ ମହାନ ସ୍ବାଧୀନତା ସଂଗ୍ରାମୀ ଓ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ଓଡ଼ିଶାର ବିକାଶକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବାକୁ ସଂକଳ୍ପ ନିଆଯିବ । ଜନସମ୍ପର୍କ ପଦଯାତ୍ରାକୁ ବିଜେଡ଼ି ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନେ ଅନୁଧ୍ୟାନ କରିବେ । ରାଜ୍ୟ ସରକାରଙ୍କ ସଫଳତା ସହ ରାଜ୍ୟ ପ୍ରତି କେନ୍ଦ୍ରର ଲଗାତାର ଅବହେଳା ବାବଦରେ ବି ଲୋକଙ୍କୁ ସଚେତନ କରାଯିବ । ତେବେ ଦେଖିବାକୁ ବାକି ରହିଲା ପଦଯାତ୍ରା ଆଉ ଲୋକ ସମ୍ପର୍କ ଅଭିଯାନ ର ଫଳ କାହା ସପକ୍ଷରେ।

You can share this post!
author
Related Articles
ବିଧାୟକ ପ୍ରତିନିଧିଙ୍କ କଳା କାର୍ନାମା…!
- May 31, 2025
ଲେଖାଶ୍ରୀଙ୍କ ବାଣରେ ଘାଇଲା ପ୍ରଭାତୀ…!
- May 31, 2025
ଫେଲ୍ ମାରିଲା ମୋହନଙ୍କ ପ୍ଲାନ !
- May 31, 2025