ଭାରତ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ମୁତାବକ ଓଡ଼ିଶା ସରକାର ପକ୍ଷରୁ ସମଗ୍ର ଓଡ଼ିଶାବାସୀଙ୍କ ଜନଜୀବନ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି l ଏନେଇ ଆଜି ସାରା ଭାରତ ବର୍ଷରେ ମକଡ୍ରିଲ କରାଯାଇଛି l ଯୁଦ୍ଧ ସମୟରେ କିଛି ବିପର୍ଯ୍ୟୟ ପଡିଲେ କିପରି ଜନ ଜୀବନ ସୁରକ୍ଷିତ କରାଯାଇପାରିବ ସେନେଇ ଏକ ମକଡ୍ରିଲ କରାଯାଇଛି l ଗଞ୍ଜାମ ଜିଲାର ଛତ୍ରପୁର ବ୍ଳକ ର ଆର୍ଜି ପଲ୍ଲୀ ପଞ୍ଚାୟତ ରେ ଠିକ ୪ ଟା ସମୟରେ ବିପଦ ସଙ୍କେତ ଯୁଦ୍ଧ ସାଇରନ ବାଜିବା ସମୟରେ ଲୋକେ ନିଜ ଜୀବନକୁ କିଭଳି ସୁରକ୍ଷିତ ରଖିବେ ସେହି ସମ୍ପର୍କରେ ମଗ ଡ୍ରିଲ ମାଧ୍ୟମରେ ସଚେତନତା କରାଯାଇଛି l ବିପର୍ଯ୍ୟୟ ସମୟର ପ୍ରଥମ ସାଇରନ ବାଜିବା ପରେ ଜନ ଜୀବନ କିଭଳି ସୁରକ୍ଷିତ ରଖିବା ଅପରିହାର୍ଯ୍ୟ ସେହି ଅନୁସାରେ ପ୍ରଶିକ୍ଷଣ ଦିଆଯାଇଥିଲା। ପୁଣି ଥରେ ୪ ଟା ୩୦ ମିନିଟ୍ ସମୟରେ ପୁନର୍ବାର ଶେଷ ଆଲର୍ଟ ନିମନ୍ତେ ଆଉ କିଛି ଗୋଟିଏ ସାଇରନ ବାଜିଥିଲା l ଏହି ମକଡ୍ରିଲ ରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ସ୍କୁଲ୍ ଛାତ୍ର ସାମିଲ ଥିଲେ l ଛତ୍ରପୁର ତହସିଲଦାର ସମ୍ବିତ ସଂଗ୍ରାମ ଜିତ ସାହୁ, ଚମାଖଣ୍ଡି ଥାନାଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ସମେତ ଆଇ ଆର ଇ ଏଲ କମ୍ପାନୀ କର୍ତ୍ତୃପକ୍ଷ ଉପସ୍ଥିତ ରହି ମକଡ୍ରିଲ ମାଧ୍ୟମରେ ସଚେତନ କରିଥିଲେ l
