ଆଳୁ ପରେ ଅଣ୍ଡା ପାଳି ୯ଟଙ୍କାରେ ଗୋଟେ ନିଅ !

ଆଳୁ ପରେ ଅଣ୍ଡା ପାଳି ୯ଟଙ୍କାରେ ଗୋଟେ ନିଅ !


ଆଳୁ ପରେ ଅଣ୍ଡା ଗୋଟିଏ ଅଣ୍ଡାକୁ ୯ଟଙ୍କା ଯେତେ ନେବ ନିଅ . ଆଳୁ ଚିନ୍ତା ଯାଇନି ଏବେ ଅଣ୍ଡା ଚିନ୍ତା ଘାରିଲାଣି . ପାଇକାରି ମୂଲ୍ୟ ୬ଟଙ୍କା ୪୨ ପଇସା ଥିବା ବେଳେ ଖୁଚୁରା ଦର ୯ଟଙ୍କା . ୬ଟା କିଣିଲେ ଦିନେ ୩୦ଟଙ୍କା ଦେବାକୁ ପଡ଼ୁଥିଲା . ପାଂଚଟଙ୍କା ହିସାବରେ ଏବେ ଗୋଟିଏ ଅଣ୍ଡାରେ ପୁରା ୪ଟଙ୍କା ବଢିଛି . କେମିତି ଚଳିବ ଏଭଳି ହନ୍ତସନ୍ତ ହେଉଛନ୍ତି ଲୋକେ . ତେବେ ଅଣ୍ଡା ହେଉଛି ଏକ ପ୍ରୋଟିନ ଜାତୀୟ ଖାଦ୍ୟ ଏହାକୁ ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଖାଇଥାନ୍ତି . ବଜାରରେ ପ୍ରତିଦିନ ମାଛ , ମାଂସ ଅପେକ୍ଷା ଅଣ୍ଡା ଅଧିକ ବିକ୍ରି ହୁଏ ?ଏବେ ବଜାରରେ ଆଳୁ ପରେ ଅଣ୍ଡା ଦର ବଢ଼଼ିବା ପରେ ଲୋକେ ଚିନ୍ତାରେ ପଡ଼ିଛନ୍ତି ଖାଇବେ କଣ ? ବଜାରରେ ସବୁ ଜିନିଷ ଦର ବଢ଼ିବାପରେ ଲୋକେ ହଇରାଣ ହେଉଛନ୍ତି ?

ସେହିପରି ରାଜ୍ୟରେ ଖାଉଟି ମାନଙ୍କୁ ସୁଲଭ ମୂଲ୍ୟରେ ଆଳୁ ଯୋଗାଇ ଦେବା ନିମନ୍ତେ ସରକାର ନିଷ୍ପତି ଗ୍ରହଣ କରିଛନ୍ତି .ରାଜ୍ୟ ସରକାର ନାଫେଡ ମାଧ୍ୟମରେ ଆଳୁ କିଣିବା ସହ ଖାଉଟି ମାନଙ୍କୁ କିଲୋଗ୍ରାମ ପିଛା ୩୦ଟଙ୍କାରେ ଯୋଗାଇ ଦେଉଛନ୍ତି .ପ୍ରଥମ ପର୍ଯ୍ୟୟରେ ତିନୋଟି ଗାଡ଼ିରେ ୬୦ଟନ ଆଳୁ ଉତର ପ୍ରଦେଶରୁ ଆସି ବର୍ତମାନ ଭୁବନେଶ୍ୱରରେ ପହଂଚିଛି .ଏହାକୁ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କୁ ୩୦ଟଙ୍କାରେ ବିକ୍ରି କରାଯାଇଛି . ତେବେ ଏହାକୁ ସମସ୍ତ ସରକାରୀ ସୁଲଭ ଖୁଚୁରା କେନ୍ଦ୍ରରେ ସର୍ବ ସାଧାରଣ ମାନଙ୍କୁ ବିକ୍ରୟ କରାଯାଇଛି .ପ୍ରଥମ ପର୍ଯ୍ୟାୟରେ ଏହା ଭୁବନେଶ୍ୱର , କଟକ , ରାଉଲକେଲା ,ଜୟପୁର ,ବାଲେଶ୍ୱର ,ବଲାଙ୍ଗୀର ,ସମ୍ବଲପୁର ଓ ବ୍ରହ୍ମପୁରର ବିଭିନ୍ନ ସରକାରୀ ଖୁଚୁରା ଦୋକାନ ମାଧମରେ ଉପଲବ୍ଧ ହେବ ଏବଂ ଖାଉଟି ମାନେ ଏହାକୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ କିଣିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି .

author

Related Articles

Leave a Reply

Your email address will not be published. Required fields are marked *