ଆଳୁ ବସ୍ତା ଭିତରେ ମୋହନ-ପ୍ରଭାତି !

ଆଳୁ ବସ୍ତା ଭିତରେ ମୋହନ-ପ୍ରଭାତି !
  • ଆଳୁ ରାଜନୀତି, ବିଜେଡି ବନାମ ବିଜେପିର ଶୀତଳ ଯୁଦ୍ଧ
  • ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ,ବିଜେଡିର କଡା ଜବାବ
  • ମୋହନଙ୍କୁ ଛାଡିଲେନି,ନବୀନଙ୍କ ଫଟୋକୁ ଏମିତି କଲେ

ବିଜେଡି ଓ ବିଜେପିର ସୋସିଆଲ ମିଡିଆ ପେଜକୁ ନେଇ ବଢୁଛି ରାଜନୀତି । ବିଜେଡିର ଦୁଇ ନେତାଙ୍କ ଫଟୋକୁ ବିକୃତ କରି ବିଜେପି ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭିକେ ପାଣ୍ଡିଆନଙ୍କ ଫଟୋକୁ ବିକୃତ କରାଯାଇ ଏକ ଫଟୋ ପୋଷ୍ଟ କରାଯାଇଛି ଏବଂ ଏହି ଫଟୋ ଉପରେ ଲେଖା ରହିଛି ଆଳୁ ଖିଆ ଦାନବ ଯାହାକୁ ଦେଖିବା ପରେ ତାତି ଉଠିଛି ବିଜୁ ଜନତା ଦଳ । ବିଜେଡି କହିଛି ନବୀନ ବାବୁଙ୍କ ଭଳି ଜଣେ ନେତାଙ୍କୁ ଏପରି ଅସମ୍ମାନ କରିବା କେତେଦୂର ଠିକ । ଏପରି ଅଶାଳୀନ କାର୍ଯ୍ୟ ସଭ୍ୟ ସମାଜରେ ନିନ୍ଦନୀୟ ଅଟେ । ଏଭଳି କିଛି ବୟାନ ରଖିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।

ଖାଲି ସେତିକି ନୁହେଁ ବରଂ ଏହାର କଡା ଜବାବ ରଖି ସେପରି କିଛି ପନ୍ଥାକୁ ଆପଣେଇଛି ବିଜୁ ଜନତା ଦଳ । ବିଜେଡିକୁ ସମର୍ଥନ କରୁଥିବା ବିଭିନ୍ନ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ,ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା,କନକ ବର୍ଦ୍ଦନ ସିଂଦେଓ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋକୁ କାର୍ଟୁନ କରି ପୋଷ୍ଟ କରାଯାଇଛି । ଏହି ଚାରି ନେତାଙ୍କ ଫଟୋକୁ ମଧ୍ୟ ବିକୃତ କରି ବିଜେଡି ସମର୍ଥିତ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରାଯାଇଛି । ଯାହାକୁ କଡା ନିନ୍ଦା କରିଛି ଭାରତୀୟ ଜନତା ପାର୍ଟି । ରାଜ୍ୟରେ ଆଳୁ ସଙ୍କଟ ଦୂର ହୋଇନାହିଁ ସମସ୍ୟାର ସମାଧାନ କରିବା ବଦଳରେ ଉଭୟ ରାଜନୈତିକ ଦଳ ନିଜ ନିଜ ଭିତରେ କାଦୁଅ ଫିଙ୍ଗା ଫୋପଡା ହେଉଛନ୍ତି ଯାହାର ଫଳ ସ୍ୱରୂପ ରାଜ୍ୟବାସୀଙ୍କୁ ଏବେବି ହୁହୁ ହୋଇ ବଢୁଥିବା ଦରଦାମକୁ ସାମ୍ନା କରିବାକୁ ପଡୁଛି ।

author

Related Articles

Leave a Reply

Your email address will not be published. Required fields are marked *