
ମହାପ୍ରଭୁଙ୍କ ଅପେକ୍ଷାରେ ୩ ରଥ; ଆଜି ରଥଖଳାକୁ ବିଜେ ହେବ ଆଜ୍ଞାମାଳ | ଏଥିପାଇଁ ତିନି ରଥ ପ୍ରସ୍ତୁତ।ରଥଖଳାରେ ପ୍ରସ୍ତୁତ ତିନି ରଥରେ ଆଜ୍ଞାମାଳ ଲାଗି ହେବା ପରେ ରଥଖଳାରୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଚକଡାକୁ ବିଜେ କରିବେ ତିନି ରଥ। ପୋଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ତିନି ରଥକୁ ସିଂହଦ୍ୱାର ଚକଡାକୁ ଟାଣି ନେଇ ସିଂହଦ୍ବାର ପର୍ୟ୍ୟନ୍ତ ନେବେ। ଆସନ୍ତାକାଲି ରଥ ପ୍ରତିଷ୍ଠା ପରେ ତିନି ରଥରେ ବସି ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିବେ ଚତୁର୍ଦ୍ଧା ବିଗ୍ରହ।