
ଝାରପଡା ଜେଲରେ ଟୁଟୁ ନାୟକ । କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ମାଡ ଅଭିଯୋଗରେ ଗତକାଲି ଖାରବେଳ ନଗର ପୋଲିସ ଟୁଟୁ ନାୟକଙ୍କୁ ଗିରଫ କରିଥିଲା । ଝାରପଡା ଜେଲର ୧୨ନଂ ସେଲରେ ରହୁଛନ୍ତି ଟୁଟୁ ନାୟକ । ରାତରେ ଜେଲ ଖାଇବା ସହ ଆଜି ସକାଳେ ଉପମା ମଧ୍ୟ ଖାଇଛନ୍ତି । ସେଲରେ ଟୁଟୁ ଛୁପ ରହୁଥିବା ସୂଚନା ମିଳିଛି । ଆଜି ରହିବାର ହେତୁ ଆସନ୍ତା କାଲି ହେବ ଟୁଟୁଙ୍କ ଜାମିନ ଆବେଦନର ଶୁଣାଣି ।