ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ରାଜ୍ୟ ରେ ପ୍ରବଳ ବର୍ଷା,8 ଜିଲ୍ଲା କୁ ରେଡ୍ ୱାର୍ଣ୍ଣିଂ

ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ରାଜ୍ୟ ରେ ପ୍ରବଳ ବର୍ଷା,8 ଜିଲ୍ଲା କୁ ରେଡ୍ ୱାର୍ଣ୍ଣିଂ

ଉତ୍ତର- ପଶ୍ଚିମ ବଙ୍ଗୋପସାଗର ରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇ, ଆସନ୍ତା 24 ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ।  ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ର ଓ ଛତିଶଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ । ଆଜି ପାଇଁ ପାଣିପାଗ ବିଭାଗ କଟକ, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ବୌଦ୍ଧ, ସୋନପୁର, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା କୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ସେହିପରି ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାରେ 70 ରୁ 200 ମିଲିମିଟର ବର୍ଷା ହେବାର ଆଶଙ୍କା କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *