ଆସନ୍ତା 16ରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏହି ପ୍ରସିଦ୍ଧ ରଥଯାତ୍ରା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ମନ୍ଦିର କାର୍ୟ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଅଣଲେଉଟା ରୁକୁଣା ରଥରେ ଚଢ଼ି ପ୍ରଭୁ ଶ୍ରୀଲିଙ୍ଗରାଜ ଯିବେ ମାଉସୀ ମା’ ଘର। ରଥଯାତ୍ରାର ୨ ଦିନ ପୂର୍ବରୁ, ଅର୍ଥାତ୍ ୧୪ ତାରିଖ ସନ୍ଧ୍ୟାରେ ମହାରଣା ସେବାୟତ ରଥ ସମ୍ପୂର୍ଣ୍ଣ କରି ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବେ। ଏନେଇ ମହାରଣା ସେବାୟତଙ୍କ ସହ ଆଲୋଚନା ସରିଛି। ଆଜି କ୍ଷେତ୍ରବାସୀ ସେବାୟତଙ୍କ ସହ ସେବାୟତଙ୍କ ସହ ଆଲୋଚନା ପରେ ହୋଇଥିବା ନିଷ୍ପତ୍ତି ଅନୁସାରେ ୧୫ ତାରିଖ ଦିନ ରଥ ପ୍ରତିଷ୍ଠା କରାଯିବ।
