ଆସନ୍ତା 3ରେ ବାତ୍ୟା ସମ୍ଭାବନା,ଓଡିଶାକୁ ନାହିଁ ପ୍ରଭାବ

ଆସନ୍ତା 3ରେ ବାତ୍ୟା ସମ୍ଭାବନା,ଓଡିଶାକୁ ନାହିଁ ପ୍ରଭାବ

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ଧାରଣ କରିଛି । ଏହି ଅବପାତ ଆସନ୍ତା 3 ତାରିଖରେ ବାତ୍ୟାର ରୂପ ନେବାର ଆଶଙ୍କା କରାଯାଉଛି । 4 ତାରିଖ ସନ୍ଧ୍ୟାରେ ବାତ୍ୟା ଅତିକ୍ରମ କରିବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।  ଏହି ଘୂର୍ଣ୍ଣିବାତ୍ୟା ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଉପକୂଳରେ ୪ ତାରିଖ ସନ୍ଧ୍ୟାରେ ମାଡ ହେବ ବୋଲି ଆକଳନ କରାଯାଇଛି । ଅବପାତ ଏବେ ଚେନ୍ନାଇଠୁ ୮୦୦ କିଲୋମିଟର ଦୂରରେ ଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହା ପଶ୍ଚିମ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରୁଛି । ଡିସେମ୍ବର ୨ ତାରିଖରେ ଗଭୀର ଅବପାତର ରୂପ ନେବ । ପରେ ୩ ତାରିଖ ବେଳକୁ ସାମୁଦ୍ରିକ ଝଡର ରୂପ ନେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଏହି ବାତ୍ୟାର ପ୍ରଭାବ ଓଡିଶା ଉପରେ ଏତେଟା ପଡିବ ନାହିଁ । କିନ୍ତୁ ବର୍ଷା ହେବାର ସମ୍ଭାବନା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *