ଆସନ୍ତୁ ଜାଣିବା କଖାରୁ ମଞ୍ଜିର ଉପକାରିତା…

ଆସନ୍ତୁ ଜାଣିବା କଖାରୁ ମଞ୍ଜିର ଉପକାରିତା…

ଆଜିକାଲି ସୁସ୍ଥ ଶରୀର ପାଇବା ପାଇଁ ଅନେକ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । କିଏ ମେଡିଟେସନ କରେ ତ କିଏ ଜିମ୍ ଯାଏ ତ ଆଉ କିଏ ଭଲ ଡାଏଟ ଫଲୋ କରେ । ଯେଉଁଥିରେ ଅନେକ ବିଭିନ୍ନ ପ୍ରକାର ଡ୍ରାଏଫ୍ରୁଟ୍ସ ସହ ମଞ୍ଜି ସେବନ କରିଥାନ୍ତି । ସନଫ୍ଲାୱାର ସିଡ୍ସ ସହ ପମକିନ୍ ସିଡ୍ସ ମଧ୍ୟ ଆମ ଶରୀର ପାଇଁ ବେଶ୍ ଉପକାରୀ ବୋଲି ବିବେଚନା କରାଯାଏ । କାରଣ ଏଥିରେ ପୋଷକ ତତ୍ୱ ଭରପୁର ରହିଥାଏ । ମୁଖ୍ୟତଃ ଜିଙ୍କ, ଆଇରନ୍, ପ୍ରୋଟିନ୍, ଓମେଗା -୩ ଫ୍ୟାଟି ଏସିଡ୍, ଭିଟାମିନ୍ ଏ କଖାରୁ ମଞ୍ଜିରେ ଥାଏ । ଏହା ସହ ଫାଇବର, ପ୍ରୋଟିନ, ମିନେରାଲ ଭିଟାମିନ୍ ଏବଂ ଆଣ୍ଟି ଅକ୍ସିଡାଣ୍ଟ କଖାରୁ ମଞ୍ଜିରେ ଭରପୁର ଥିବାରୁ ଏହା ଆମକୁ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ ।

କଖାରୁ ମଞ୍ଜି ଟେନସନରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ମ୍ୟାଗ୍ନେସିୟମ୍ ମନକୁ ଶାନ୍ତ ରଖେ । ଏହା ବ୍ୟତୀତ ଏଥିରେ ଥିବା ଜିଙ୍କ ଓ ଭିଟାମିନ୍ ବି ମଧ୍ୟ ଟେନସନକୁ ଦୂର କରିଥାଏ।
ରାତିରେ ଶୋଇବାର ଅଭାବ ହେତୁ ଦିନରେ ଥକ୍କା ଅନୁଭବ ହୁଏ। ସ୍ୱାସ୍ଥ୍ୟ ବିଶେଷଜ୍ଞ ଅନୁସାରେ,କଖାରୁ ମଞ୍ଜି ଅନିଦ୍ରା ସମସ୍ୟା ଦୂର କରିଥାଏ ଓ ଏହା ଶୋଇବାରେ ଆରାମ ଦେଇଥାଏ।
ସେହିପରି ମଧୁମେହ ରୋଗୀମାନେ କଖାରୁ ମଞ୍ଜି ଖାଇବା ଉଚିତ୍ । ଏଥିରେ ଥିବା ଫାଇବର ଟାଇପ୍-୨ ମଧୁମେହରୁ ମୁକ୍ତି ଦେଇଥାଏ। କଖାରୁ ମଞ୍ଜି ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏଥିରେ ମିଳୁଥିବା ‘ଭିଟାମିନ୍ -ଇ’ ରୋଗ ପ୍ରତିରୋଧକ ଶକ୍ତି ବଢାଏ ।
କଖାରୁ ମଞ୍ଜି ଖାଇବା ଦ୍ୱାରା ହାଡକୁ ମଜବୁତ ହୁଏ । କଖାରୁ ମଞ୍ଜିରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଫସଫରସ୍ ପରି ପୋଷକ ତତ୍ତ୍ୱ ରହିଥାଏ, ଯାହା ଆମ ହାଡର ଶକ୍ତି ପାଇଁ ଜରୁରୀ ଅଟେ ।
ଏହି କଖାରୁ ମଞ୍ଜିରେ ଅଧିକ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଏହା କର୍କଟ କୋଷର ବୃଦ୍ଧିକୁ ରୋକିଥାଏ ।

ତେବେ ଆପଣ କଖାରୁ ମଞ୍ଜିକୁ ଭାଜିକି କିମ୍ବା ବିନା ଭଜାରେ ଖାଇ ପାରିବେ । ଏହାକୁ ସ୍ନାକ୍ସ ଭାବରେ ବ୍ୟବହାର କରାଯାଇପାରିବ ଏବଂ ଦିନରେ ଯେକୌଣସି ସମୟରେ ଖାଇ ପାରିବେ । ସାଲାଡରେ ମିଶାଇ କଖାରୁ ମଞ୍ଜି ଖାଇବା ଦ୍ୱାରା ଏହା ଅଧିକ ସ୍ୱାଦିଷ୍ଟ ଲାଗେ ଓ ଏହା ଲାଭଦାୟକ ଅଟେ ।

author

Related Articles

Leave a Reply

Your email address will not be published. Required fields are marked *