ଆସିଗଲା ପିଏମ ମୋଦି ଏସି ଯୋଜନା ! ମାଗଣା ବିଜୁଳି ହେଲା ସାତ ସ୍ୱପ୍ନ ଏବେ ରିହାତିରେ ଏସି ଦେବେ ମୋଦି ! ଓଡ଼ିଶା ସମେତ ପୂରା ଭାରତରେ ତାତି ରେକର୍ଡ ଭାଙ୍ଗୁଛି . ଏହି ଯୋଜନାରେ ମୁଖ୍ୟ ଉଦେଶ୍ୟ ହେଉଛି ଲୋକଙ୍କୁ ପୁରୁଣା ,ଅଧିକ ବିଦ୍ୟୁତ ଖାଉଥିବା ଏସି ବଦଳାଇ ୫ଷ୍ଟାର ରେଟିଂ ବିଶିଷ୍ଟ ଦକ୍ଷ ଏସି କିଣିବାକୁ ପ୍ରୋତ୍ସାହିତ କରିବା . ୫ଷ୍ଟାର ଏସି ଅନ୍ୟ ଏସି ତୁଳନାରେ କମ ବିଦ୍ୟୁତ ବ୍ୟବହାର କରେ ଯାହା ଗ୍ରାହକଙ୍କ ବିଦ୍ୟୁତ ବିଏ ହ୍ରାସ କରିବା ସହ ପାୱାର ଗ୍ରୀଡ ଉପରେ ଚାପ କମାଇବ . ଏହା ଦୀର୍ଘକାଳୀନ ଭାବେ ପରିବେଶ ସୁରକ୍ଷା ଓ ଶକ୍ତି ସଂଚୟରେ ସହାୟକ ହେବ . ଯାହାକୁ ଶୁଣିବା ପରେ ଲୋକେ କହୁଛନ୍ତି ବିଜେପି ରାଜ୍ୟରେ ସରକାରକୁ ଆସିବା ପୂର୍ବରୁ ମାଗଣା ବିଜୁଳି ଦେବ ବୋଲି ପ୍ରତିସୃତି ଦେଇଥିଲା . ଏପରି କେନ୍ଦ୍ରମନ୍ତ୍ରୀ ନିଜ ପ୍ରଚାର ସମୟରେ ମାଗଣ ବିଜୁଳି ଦେବା କଥା କହିଥିଲେ . ହେଲେ ସରକାରକୁ ଆସିବା ପାରେ ମାଗଣ ବିଜୁଳି ଲୋକଙ୍କ ପାଇଁ ସାତ ସ୍ୱପ୍ନ ହୋଇଗଲା . ଆଉ ଏବେ ମୋଦି ପିଏମ ଏସି ଯୋଜନା ଆଣୁଛନ୍ତି .
ଏହି ଯୋଜନା ଶକ୍ତି ମନ୍ତ୍ରଣାଳୟ ଏବଂ ବ୍ୟୁରୋ ଅଫ ଏନର୍ଜି ଏଫିସିଏନ୍ସୀ ଦ୍ୱାରା ପ୍ରସ୍ତୁତ ହେଉଛି . ଏହା ଇଣ୍ଡିଆ କୁଲିଂ ଆକ୍ସନ ପ୍ଲାନ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା . ଯାହା ୨୦୩୭ ସୁଦ୍ଧା ଦେଶରେ ଶିତଳୀକରଣ ଆବଶ୍ୟକତାକୁ ପରିବେଶ ଅନୁକୂଳ ଭାବେ ପୂରଣ କରିବାକୁ ଲକ୍ଷ୍ୟ ରଖିଛି . ଏକ ରିପୋର୍ଟ ଅନୁସାରେ ୨୦୨୧-୨୨ରେ ଦେଶରେ ୮୪ ଏସି ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ରେ ଏହା ୧.୧ କୋଟିକୁ ବୃଦ୍ଧି ପାଇଛି . ଏହି ଦ୍ରୁତ ବିକ୍ରି ବୃଦ୍ଧି ପାୱାର ଗ୍ରୀଡ ଉପରେ ଚାପ ସୃଷ୍ଟି କରୁଛି . ଯାହା ଦେଶରେ ବିଦ୍ୟୁତ ଶକ୍ତିକୁ ଏକ ବଡ଼ ଚ୍ୟାଲେଞ୍ଜ ସମ୍ନାକୁ ଆଣିଛି . ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ରକାର ପ୍ରଧାନମନ୍ତ୍ରୀ ମୋଦୀ ଏସି ଯୌାଜନା ଆରମ୍ଭ କରିବାକୁ ଯୋଜନା କରୁଛନ୍ତି .