ଆସିଥିଲେ ମୋଦି…ରାଜଧାନୀରେ ବିଭତ୍ସ କାଣ୍ଡ ଇସ୍ତଫା ଦେବେ ମୋହନ !

ଆସିଥିଲେ ମୋଦି…ରାଜଧାନୀରେ ବିଭତ୍ସ କାଣ୍ଡ ଇସ୍ତଫା ଦେବେ ମୋହନ !

ପୋଲିସରେ ଛାଉଣୀ ହୋଇଛି ଭୁବନେଶ୍ୱର ହେଲେ ରାଜଧାନୀ ଛାତି ଉପରେ ଘଟିଗଲା ବିଭତ୍ସ କାଣ୍ଡ । ଜଣେ ପୋଲିସ ମିତ୍ରଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁର୍ତ୍ତ । ପୋଲିସ ପ୍ରଶାସନ ଉପରକୁ ଉଠିଲା ଆଙ୍ଗୁଠି । ହଁ ଆଜ୍ଞା ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର । ପ୍ରବାସୀ ଭାରତୀୟମାନେ ରାଜଧାନୀକୁ ଆସିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଠାରୁ ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ବଡ ବଡ ଶୀର୍ଷ ନେତୃତ୍ୱ ଓଡିଶା ଗସ୍ତରେ ଅଛନ୍ତି । ଏହିସବୁ ମଧ୍ୟରେ ରାଜଧାନୀରେ ସଫେଇ ମଜଦୁର ସଙ୍ଘର ସମ୍ପାଦକ ସହଦେଵ ନାୟକ ହତ୍ୟା ମାମଲାରେ ଉଠୁଛି ପଡୁଛି ରାଜଧାନୀ । ସଫେଇ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବିରୋଧି ବିଜେଡି ସହଦେବଙ୍କୁ ନ୍ୟାୟ ପାଇଁ ଦାବି କରିଆସୁଛନ୍ତି ।

ଗତକାଲି ବିଜୁ ଜନତା ଦଳ ସହଦେବଙ୍କୁ ନ୍ୟାୟ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ରାଜମହଲ ଛକରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ କ୍ୟାଣ୍ଡେଲ ଶୋଭାଯାତ୍ରା କରି ମୃତକଙ୍କ ପରିବାକୁ ନ୍ୟାୟ ଦାବି କରିବା ସହ ମୋହନ ସରକାରଙ୍କ ଉପରକୁ ଆଙ୍ଗୁଠି ଉଠାଇଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଅଶୋକ ପଣ୍ଡା କହିଛନ୍ତି କି ବିଧାନସଭାରେ ଯେଉଁମାନେ ପୂର୍ବର ସରକାରଙ୍କୁ ସମାଲୋଚନା କରୁଥିଲେ ଏବେ ତାଙ୍କ ସରକାରରେ କଣ ହେଉଛି ମୋହନ ମାଝୀ ଆତ୍ମସମୀକ୍ଷା କରନ୍ତୁ ।

କେବଳ ଏତିକି ନୁହେଁ ସ୍ପଷ୍ଟ ଦିବାଲୋକରେ ରାଜଧାନୀ ଛାତି ଉପରେ ଏପରି ଘଟଣା ଘଟିଲେ ଓଡିଶାବାସୀ କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀଙ୍କ ବିଭାଗ ଅନ୍ତଭୁର୍କ୍ତ ହୋଇଥିଲେ ମଧ୍ୟ ଏଯାବତ ମୁଖ୍ୟମନ୍ତ୍ରୀ ଓ ପ୍ରସଙ୍ଗରେ ମୁହଁ ନଖୋଲିବା ହିଁ ବିରୋଧିଙ୍କୁ ପ୍ରସଙ୍ଗ ଯୋଗାଇଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିରୋଧି ବିଜେଡି । ତେବେ ଏହି ମାମଲାରେ ଅନ୍ତଭୁର୍କ୍ତ ପାଞ୍ଚଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ କିପରି ସହାୟତା କରୁଛନ୍ତି ଏବଂ ଏ ଦିଗରେ କଣ ନିଷ୍ପତ୍ତି ନେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *