ଆସନ୍ତାକାଲି ବାହାରିବ ନିର୍ବାଚନୀ ଫଳାଫଳ । କିନ୍ତୁ ରେଜଲ୍ଟ ପୂର୍ବରୁ ହିଁ ହୃଦସ୍ପନନ୍ଦ ବଢାଇଛି ଏକଜିଟ୍ ପୋଲ୍ ର ଆକଳନ । ଚଳିତ ଥର ଓଡିଶାରେ ବିଜେଡି ଉପରେ ବିଜେପି ଭାରି ପଡିବ ବୋଲି ସବୁଠି ଚର୍ଚ୍ଚା । ବିଜେପି ଅଧାରୁ ଅଧିକ ଆସନ ଜିତୁଥିବା ବେଳେ ବିଜେଡି ଏଥର ଧୂଳି ଚାଟିବ ବୋଲି କୁହାଯାଉଛି । ଲୋକସଭା ଆସନରେ ବିଜେପି ସବାଧିକ ୧୮ଟି ଆସନ ହାତେଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି । ଯଦି ଏପରି ହୁଏ ତାହା ହେଲେ ବିଜେଡିର ଗଡ ଥିବା ଅନେକ ଲୋକସଭା ଆସନ ଏଥର ବିଜେପି ଖାତାକୁ ଯିବାର ସମ୍ଭାବନା ରହିଛି । ତେବେ ଲୋକସଭା ଆସନ କଥା କହିଲେ ବିଜୁ ଜନତା ଦଳ ପ୍ରତିଷ୍ଠା ହେବା ପରଠାରୁ ବିଜେଡି କବଜାରେ କଟକ ଲୋକସଭା ଆସନ ରହିଆସିଛିା କଟକର ପୂର୍ବତନ ସାଂସଦ ଭର୍ତ୍ତୁହରି ମହତାବ ଏଠାରେ ୬ ୬ ଥର ସାଂସଦ ରହିଆସିଛନ୍ତି । ଏବଂ ସବୁ ନିର୍ବାଚନରେ ବିପୁଳ ଭୋଟରେ ଜିତିଆସିଛନ୍ତି । କିନ୍ତୁ ଚଳିତ ଥର ସେ ବିଜେପିରୁ ମଇଦାନକୁ ଓହ୍ଲାଇଥିଲେ । ଏବଂ ତାଙ୍କ ବିରୁଦ୍ଧରେ ବିଜେଡିରୁ ନୂଆ କରି ଦଳକୁ ଆସିଥିବା ସନ୍ତୃପ୍ତ ମିଶ୍ର ରଣକ୍ଷେତ୍ରକୁ ଓହ୍ଲାଇଥିଲେ । ଭର୍ତ୍ତୁହରି ଜଣେ ପୋଖତ ରାଜନୀତିଜ୍ଞ ହୋଇଥିବା ବେଳେ ତାଙ୍କ ବିରୁଦ୍ଧରେ ବିଜେଡି ଜଣେ ନୂଆ ନେତାଙ୍କୁ ମଇଦାନକୁ ଓହ୍ଲାଥିଲେ । ତେଣୁ ଏଠାରେ ବି ଏଥର ଭର୍ତ୍ତୁହରି ମହତାବ ବିଜୟୀ ହେବେ ବୋଲି ଆଶଙ୍କା ରହିଥିଲା । କିନ୍ତୁ ନୂଆ କରି ମଇଦାନକୁ ଓହ୍ଲାଇଥିବା ସନ୍ତୃପ୍ତ ମିଶ୍ର ଭର୍ତ୍ତୁହରିଙ୍କୁ କଡା ଟକ୍କର ଦେଇଥିବା ରାଜନୈତିକ ମହଲରେ ଖୁବ ଚର୍ଚ୍ଚା । ତେବେ ଫଳାଫଳ ବାହାରିବାକୁ ଆଉ ମାତ୍ର କେଇ ଘଣ୍ଟା ବାକି ଥିବା ବେଳେ ଦେଖାଯାଉ ଏଥର କଟକରେ କିଏ ବାଜି ମାତ୍ କରୁଛି , ବିଜେଡିର ଗଡ ସୁରକ୍ଷିତ ରହୁଛି ନା ଭାଙ୍ଗି ଯାଉଛି ତାହା ଦେଖିବାର କଥା ।

You can share this post!
author