ସୁଭଦ୍ରା ଯୋଜାନକୁ ନେଇ ଆସିଲା ନୂଆ ଅପଡେଟ୍ । ସୁଭଦ୍ରା ଯୋଜନାରେ ସାମିଲ ହେବା ନେଇ ଜାରି ହେଲା ଡେଡଲାଇନ । ମାର୍ଚ୍ଚ ୩୧ ରହିଛି ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବାର ଶେଷ ତାରିଖ । ଏହା ପୂର୍ବରୁ ଆବେଦନ କଲେ ହିଁ ବାକି ଥିବା ସୁଭଦ୍ରା ହିତାଧୀକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବା ନେଇ ସୂଚନା ମିଳିଛି । ମାର୍ଚ୍ଚ ୩୧ ଭିତରେ ଯେଉଁମାନେ ସୁଭଦ୍ରା ଆବେଦନ କରିଥିବେ ସେମାନଙ୍କୁ ଏକକାଳୀନ ମିଳିବ ସୁଭଦ୍ରା ଟଙ୍କା । ରାକ୍ଷୀ ପୂର୍ଣ୍ଣିମାରେ ସେମାନେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ ।
ଅନ୍ୟପଟେ ଯେଉଁ ସୁଭଦ୍ରା ହିତାଧୀକାରୀମାନେ ଏଯାଏଁ ପ୍ରଥମ କିସ୍ତିର ସୁଭଦ୍ରା ଟଙ୍କା ପାଇନାହାନ୍ତି ସେମାନଙ୍କୁ ମାର୍ଚ୍ଚ ୬ ତାରିଖରେ ପଞ୍ଚମ ପ ର୍ଯ୍ୟାୟ ଟଙ୍କା ମିଳିବା ନେଇ ସୂଚନା ମିଳିଛିା ଏହା ପରେ ମାର୍ଚ୍ଚ ୮ ତାରିଖରେ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା ମିଳିବା ନେଇ ପୂବରୁ ସୂଚନା ରହିଛି । ତେବେ ବର୍ତମାନ ‘ସୁଭଦ୍ରା’ ମ୍ୟାଜିକ୍ ନମ୍ବର କୋଟିଏରୁ ଊର୍ଦ୍ଧ୍ବ ଛୁଇଁଛି । ୮ ମାସରେ ଗୋଟିଏ ଯୋଜନା ହୋଇ କୋଟିଏ ମହିଳାଙ୍କୁ ‘ସୁଭଦ୍ରା’ ମିଳିବା ଇତିହାସ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।