ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ନେଇ ଆସିଛି ବଡ ଖବର । ସାମ୍ନାକୁ ଆସିଛି ବର୍ବରକାଣ୍ଡ ଘଟାଇଥିବା କିଛି ଆତଙ୍କୀଙ୍କ ସ୍କେଚ । ଅସିଫ୍ ଫୌଜି, ସୁଲେମାନ ଶା ଏବଂ ଅବୁତଲ୍ଲାର ଆତଙ୍କୀର ସ୍କେଚ ଜାରି ହୋଇଛି । ଆତଙ୍କୀ ହମଲା ପରେ ସରକାର ଏବଂ ସୁରକ୍ଷା ଏଜେନ୍ସି ଆକ୍ସନ ମୋଡରେ ଥିବା ବେଳେ ସୁରକ୍ଷା ସଂସ୍ଥା ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣ ଆତଙ୍କୀଙ୍କ ସ୍କେଚ୍ ଜାରି କରିଛି । ଅନ୍ୟପଟେ ଆତଙ୍କୀଙ୍କୁ ଖୋଜି ସଫା କରିବା ଉଦ୍ଦେଶ୍ୟରେ ସନ୍ଦିଗ୍ଧ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ ଚାଲିଛି । ହେଲିକପ୍ଟର ଏବଂ ଡ୍ରୋନ ମାଧ୍ୟମରେ ତଲାସି ଅଭିଯାନ ଜାରି ରହିଛି । ଏହା ସହ ଏ ସମ୍ପର୍କରେ ଗୃହମନ୍ତ୍ରୀ ଅମିତ୍ ଶାହ , ଏଲଜି ମନୋଜ ସିନ୍ହା କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ବିଭିନ୍ନ ସୁରକ୍ଷା ଏଜେନ୍ସି ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ।

