ଆସୁଆସୁ ବଡ ନିଷ୍ପତ୍ତି ନେଲେ ମୋଦି…

ଆସୁଆସୁ ବଡ ନିଷ୍ପତ୍ତି ନେଲେ ମୋଦି…

ଭାରତୀୟଙ୍କୁ ଆତଙ୍କୀଙ୍କ ଧମକ । ଅଧା ରାସ୍ତାରୁ ଭାରତ ଫେରି ବଡ ନିଷ୍ପତ୍ତି ନେଉଛନ୍ତି ମୋଦି । ୨୦୨୫ ଏପ୍ରିଲ ୨୨ ତାରିଖରେ ପୁଣି ଥରେ ଭାରତରେ ଆତଙ୍କ ଖେଳାଇଛନ୍ତି ଆତଙ୍କବାଦୀ । ହିନ୍ଦୁମାନଙ୍କୁ ଖୋଜି ଖୋଜି ଏକାଥରକେ ୨୭ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଛନ୍ତି ଆତଙ୍କୀ । ପୁଲୱାମା ଆକ୍ରମଣ ପରେ ଜମ୍ମୁ କାଶ୍ମୀର ପହଲଗାମରେ ଆତଙ୍କୀଙ୍କ ଏହି ଆକ୍ରମଣ ସବୁଠୁ ବଡ ଆକ୍ରମଣ ବୋଲି କୁହାଯାଉଛି । ଆଉ ଏହି ଆକ୍ରମଣରେ ଯେଉଁ ନୀରିହ ଲୋକ ପ୍ରାଣ ହରାଇଛନ୍ତି ତାର ବଦଲା ନେବାକୁ ମୋଦି ଶପଥ କରିଥିବା କୁହାଯାଉଛି । ଭାରତ ଆସୁ ଆସୁ ବୈଠକ କରି ମୋଦି ଏ ସମ୍ପର୍କରେ ବିଚାର କରୁଛନ୍ତି । ଏହି ଆକ୍ରମଣ ପରେ ରକ୍ତ ଚାଉଳ ଚୋବାଉଥିବା ଭାରତ ଯେ, ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ କରିପାରେ ବୋଲି ସମ୍ଭାବନା ରହିଛିା କାରଣ ବାରମ୍ବାର ଭାରତ ଉପରେ ଆତଙ୍କବାଦୀଙ୍କ ବର୍ବରତା ମୋଦି ଆଉ ସହିବେନି ଏବଂ ଇଟାର ଜବାବ ପଥରରେ ଦେବେ ବୋଲି ସେଥିରେ ସନ୍ଦେହ ନାହିଁ । ତେବେ ଆଜି ସନ୍ଧ୍ୟାରେ ମୋଦି ବଡ ବୈଠକ ଡାକିଥିବା ବେଳେ ମୋଦି କଣ ନିଷ୍ପତ୍ତି ନେଉଛନ୍ତି ତା ଉପରେ ରହିଛି ସମସ୍ତଙ୍କ ନଜର ।

ତେବେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କାଶ୍ମୀରକୁ କିଛି ସମୟ ଅତିବାହିତ କରିବା ପାଇଁ ଯାଇଥିଲେ ଶହ ଶହ ପର୍ଯ୍ୟଟକ । କିନ୍ତୁ ଏହି ବୁଲିବା ଏବେ ସେମାନଙ୍କ ପାଇଁ କାଳ ସାଜିଛି । ଏ ଖବର ସାରା ବିଶ୍ୱରେ ଚହଳ ପକାଇଥିବା ବେଳେ ସୋସିଆଲ ମିଡିଆରେ ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ଆର୍ତ୍ତ ଚିତ୍କାର ଲୋକଙ୍କ ଲୋମଟାଙ୍କୁରି ଦେଉଛି । ଯିଏ ବି ଭିଡିଓ ଦେଖୁଛି କି ଖବର ଶୁଣୁଛି ତା ଆଖିରୁ ଲୁହ ଝରିଆସୁଛି । କିନ୍ତୁ ସବୁଠୁ ବଡ କଥା ହେଉଛି ଜଣେ ସ୍ୱାମୀଙ୍କୁ ମାରି ତାଙ୍କ ସ୍ତ୍ରୀଙ୍କୁ ଆତଙ୍କୀ ଛାଡି ଦେଇଥିବା ବେଳେ ମୋଦିଙ୍କୁ ଏ ସମ୍ପର୍କରେ କହିବା ପାଇଁ ଚେତାବନୀ ଦେଇଥିଲେ ଆତଙ୍କୀ । ଯାହା ମୋଦିଙ୍କୁ ଆତଙ୍କୀ ଖୁଲମଖୁଲା ଚ୍ୟାଲେଞ୍ଜ ଦେଉଥିବା ସ୍ପଷ୍ଟ ପ୍ରମାଣିତ ହେଉଛି । ତେବେ ଏଯାଏଁ ଏହି ଘଟଣାରେ ୩ ଜଣଙ୍କ ସ୍କେଚ ସାମ୍ନାକୁ ଆସିଥିବା ବେଳେ ଆତଙ୍କୀଙ୍କୁ ନିପାତ ପାଇଁ ଅପରେସନ ଆରମ୍ଭ ହୋଇଗଲାଣି । ତେବେ ଦେଖିବାକୁ ବାକି ରହିଲା ଆତଙ୍କୀଙ୍କ ଏହି ବର୍ବରତାର ଜବାବ ମୋଦି କିପରି ଦେଉଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *