- ନୂଆ ବର୍ଷରେ ନବୀନ-ମୋହନଙ୍କ ନୂଆ ରାଜନୀତି !
- ମୋଦିଙ୍କ ରାସ୍ତାରେ କଣ୍ଟା ସାଜିବ କି ବିଜେଡି ?
- ଆସୁଛନ୍ତି ମୋଦି ବାଟ ବିଗାଡିବାକୁ ବାହାରୁଛନ୍ତି ନବୀନ !
ନୂଆ ବର୍ଷରେ କେଉଁ ନୂଆ ପ୍ଲାନ କରିବେ ଦୁଇ ରାଜନୈତିକ ଦଳ ? 6ରେ ବାହାରିବେ ନବୀନ 8ରେ ଆସିବେ ମୋଦି । ମଇଦାନରେ ହେବ କି କିଛି ରୋଚକ ଲଢେଇ ? ହଁ ଆଜ୍ଞା ଏକଥା ଆମେ କାହିଁକି କହୁଛୁ ତାହା ସ୍ପଷ୍ଟ ଜଣାପଡୁଛି । ଗୋଟିଏ ପଟେ ବିଜେପି ଓ କଂଗ୍ରେସରେ ମୁଖିଆ ଚୟନ କସରତ ଚାଲିଛି । ଆଉ ଗୋଟିଏ ପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫୋକସରେ ସଙ୍ଗଠନ ସଜାଡିବାର ଲକ୍ଷ୍ୟ । ପ୍ରମୁଖ ବିରୋଧି ଦଳ ଭାବେ ସଶକ୍ତ ହେବାରେ ଲାଗିଛି ବିଜୁ ଜନତା ଦଳ । ସଙ୍ଗଠନକୁ ନୂଆ ରୂପ ଦେବା ପାଇଁ ନବୀନ ଅଣ୍ଟା ଭିଡିଛନ୍ତି । ସେପଟେ ଆସନ୍ତା ଡିସେମ୍ୱର 26 ତାରିଖରେ ବିଜେଡିର 28 ତମ ପ୍ରତିଷ୍ଠା ଦିବସ ପାଳିତ ହେବାକୁ ଯାଉଛି । ବିରୋଧି ଭାବେ ନିଜ ସ୍ୱରକୁ ଶାଣିତ କରିବା ସହିତ ଲୋକଙ୍କ ସମସ୍ୟା କିପରି ସମାଧାନ ହୋଇପାରିବ ସେ ଦିଗରେ ଦୃଷ୍ଟି ଦେଇଛନ୍ତି ।
ଆଗାମୀ ଦିନରେ ପୌର ଓ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ସେହି କ୍ଷେତ୍ରରେ ବିଜେଡି କିପରି ଶାସକ ଦଳକୁ ମାତ ଦେବ ସେ ସମ୍ପର୍କରେ ନବୀନ ନିବାସରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେଉଛି । ନବୀନ ନିବାସରେ ଘନ ଘନ ବୈଠକ କରି ନେତାଙ୍କୁ ମନ୍ତ୍ର ଦେଉଛନ୍ତି ସୁପ୍ରିମୋ । ଅନ୍ୟପଟେ ଭାରତୀୟ ଜନତା ପାର୍ଟିକୁ ସଜାଡିବା ପାଇଁ ବାରମ୍ୱାର ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେବଳ ମୋଦି ନୁହଁନ୍ତି ବରଂ ବିଜେପିର ଶୀର୍ଷ ନେତ୍ୱତ୍ୱ ମାନେ ଘନ ଘନ ଓଡିଶା ଗସ୍ତରେ ଆସି ବିରୋଧିଙ୍କୁ ଦୁର୍ବଳ କରିବା ପାଇଁ ଗୋଟି ଚଳାଉଛନ୍ତି । ସୂଚନା ଅନୁଯାୟୀ ଆସନ୍ତା ଜାନୁୟାରୀ 6 ତାରିଖରୁ ଦେଶବ୍ୟାପୀ ଆନ୍ଦୋଳ କରିବାକୁ ଯାଉଛି ବିଜୁ ଜନତା ଦଳ ଆଉ ସେପଟେ ଜାନୁୟାରୀ 8 ରୁ 10 ଭିତରେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ଓଡିଶା ମୁହାଁ ହେଉଛନ୍ତି ବିଜେପି ହାଇକମାଣ୍ଡ ।
ତେବେ ଗୋଟିଏ ପଟେ ଖୋଦ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ମଇଦାନକୁ ଓହ୍ଲାଉଥିବା ବେଳେ ବିଜେପି ମୁଖିଆ ମଧ୍ୟ ଆସୁଛନ୍ତି । ତେବେ ଜାନୁୟାରୀରେ ଦୁଇ ଦଳଙ୍କ ଏହି ରଣନୀତି କାହାକୁ ସଫଳତା ଦେଉଛି ଏବଂ ରାଜ୍ୟ ରାଜନୀତିରେ କେଉଁ ଝଡ ଆଣୁଛି ତାହାର ଅପେକ୍ଷା ।