ପୁଣି ରାଜ୍ୟରେ ବର୍ଷା ଆଶଙ୍କା । ସୂଚନା ମୁତାବକ ଆସନ୍ତା 28 ଓ 29 ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ପଶ୍ଚିମାଝଡ ପ୍ରଭାବରେ ଏଭଳି ବର୍ଷାର ଆକଳନ କରାଯାଇଛି । ୨୮ ଓ ୨୯ ତାରିଖରେ ଉତ୍ତର ଓ ଉତ୍ତର ପଶ୍ଚିମ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ବର୍ଷାରେ ପୂର୍ବରୁ ଫସଲ ନଷ୍ଟ ଚାଷୀଙ୍କ ସମସ୍ୟା ବଢ଼ାଇଥିବାବେଳେ, ଆଉ ଏକ ବର୍ଷା ଆଶଙ୍କା ଚିନ୍ତା ବଢ଼ାଇ ଦେଇଛି। ଦୁଇଥର ଅଦିନିଆ ଲଗାଣ ବର୍ଷାରେ ଉଜୁଡି ଯାଇଛି ପୁରା ଫସଲ । ଏହାରି ଭିତରେ ପୁଣି ଏକ ବର୍ଷାର ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ ।

You can share this post!
author